ସାମନ୍ତ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ଫୋରମର ବୈଠକ ଅନୁଷ୍ଠିତ ।
ସାମନ୍ତ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ଫୋରମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ମା ଉମାଦେବୀ ମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ବରିଷ୍ଠ ନାଗରିକ ଫୋରମର ଉପ ସଭାପତି ବିନାୟକ ମିଶ୍ରଙ୍କ ପୌରହିତ୍ଯରେ ଆୟୋଜିତ ବୈଠକରେ ଅତିଥି ଭାବେ ନୟାଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, ଫୋରମର ସମ୍ପାଦକ ଲକ୍ଷ୍ମୀଧର ସିଂ,ପୂର୍ବତନ ସଭାପତି ରାମଚନ୍ଦ୍ର ମହାପାତ୍ର,ଖଣ୍ଡପଡ଼ା ନଗର ଉପ ସଭାପତି ଦୁର୍ଗାମାଧବ ଦାଶ, ବିଶିଷ୍ଟ ଶିଶୁ କବି କାଶିନାଥ ଦାସ,ପଣ୍ଡିତ ମନୋଜ ଦାଶ ପ୍ରମୁଖ ଯୋଗଦେଇ ଥିଲେ।ସମସ୍ତଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ମୌଳିକ ସମସ୍ୟା ,ସରକାରଙ୍କ ଆଭିମୁଖ୍ଯ ଓ ନାଗରିକ ଫୋରମର ଭବିଷ୍ୟତ କାର୍ଯ୍ୟପନ୍ଥା ସଂର୍ପକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ସଂଘର ବରିଷ୍ଠ ସଦସ୍ଯମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଏ ଅବସରରେ ନାଗରିକ ଫୋରମର ଭବିଷ୍ୟତ କାର୍ଯ୍ଯକ୍ରମ ନେଇ ସର୍ବସମ୍ମତି ପ୍ରସ୍ତାବକ୍ରମେ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ବେଳେ କମିଟିର ସଦସ୍ଯ ଭାବେ ବିନାୟକ ମିଶ୍ର, ଆଇନ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବି ମାଧବ ପ୍ରସାଦ ମିଶ୍ରଙ୍କ ସମେତ ଅନ୍ଯମାନଙ୍କୁ ଚୟନ କରାଯାଇ ଦାୟୀତ୍ବ ପ୍ରଦାନ କରାଯାଇଥିବା ଜଣାପଡିଛି।ଏ ଅବସରରେ ୮୦ ବର୍ଷରୁ ଉର୍ଦ୍ଧ୍ବ ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁକିଶୋର ସିଂହସାମନ୍ତ, ପୂର୍ବତନ ସରପଞ୍ଚ ଧନେଶ୍ଵର ମହାପାତ୍ର, ନୀଳକଣ୍ଠ ସାହୁ,ଚିନ୍ତାମଣି ରାଜ, ଗୋପୀନାଥ ସାହୁ,ଅଭୟ ପ୍ରଧାନ ପ୍ରମୁଖ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ଶିକ୍ଷାବିତ ଜଗଦୀଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।ଖଣ୍ଡପଡ଼ା ସହର ସମେତ ବ୍ଲକ ଅଧୀନ ୨୨ ଟି ପଞ୍ଚାୟତରୁ ୨୦୦ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ବୈଠକରେ ଉପସ୍ଥିତ ଥିଲେ,