ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲେରିଆ ଡେଙ୍ଗୁ l ଡାଇରିଆ (ଗଊଊ) ଉପରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୪ ର ଶୁଭାରମ୍ଭ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ବାର୍ତ୍ତା ଥିଲା “ସଚେତନ ହୁଅନ୍ତୁ ସୁରକ୍ଷିତ ରୁହନ୍ତୁ” l ଏହି ସର୍ବେକ୍ଷଣଙ୍କୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସହ ଆଶା ମାନଙ୍କୁ ଭିଡିଓ କନଫୋରେନ୍ସ ମାଧ୍ୟମରେ ଏହା କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉପସ୍ଥିତ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଥିଲେ l ଗ୍ରାମାଞ୍ଚଳରେ ଆଶା କର୍ମୀ ମାନେ ଘର ଘର ବୁଲି ମ୍ୟାଲେରିଆ, ଡେଙ୍ଗୁ l
ଡାଇରିଆ ଉପରେ ସର୍ବେକ୍ଷଣ କରିବେ ଓ କେଉଁ ପରିବାରରେ କାହାକୁ କେବେ ଜ୍ୱର ହୋଇଥିଲା ସେ ବିଷୟରେ ତଥ୍ୟ ସଂଗ୍ରହ କରିବେ l ହାତ ଧୋଇ ଖାଦ୍ୟ ଗ୍ରହଣ କରିବା, ମଶାରୀ ଟାଙ୍ଗି ଶୋଇବା, କୌଣସି ପ୍ରକାର ଜ୍ୱର ହେଲେ ଯଥାଶୀଘ୍ର ନିକଟସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶରେ ଔଷଧ ସେବନ କରିବାକୁ ଜନସାଧାରଣଙ୍କୁ ବୁଝାଇବେ l ଏହି ସଚେତନତା ବୈଠକରେ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡା. ରମାକାନ୍ତ ପଣ୍ଡା, ଡା. ଅଜୟ କୁମାର ବାହିନୀପତି, ଡା. ପୁଷ୍ପା ନୀଳିମା ଲାକ୍ରା, ଡା. ବନମାଳୀ ପ୍ରଧାନ, ଡା. ନଉସତ ଅଲ୍ଲୀ ଖାଁ, ଡା. ଶରତ କୁମାର ଦାଶ, ଡା. ତାରକ ପ୍ରସନ୍ନ ତ୍ରିପାଠୀ, କିଶୋର ଚନ୍ଦ୍ର ପ୍ରସାଦ ଦାସ, ସୁଶାନ୍ତ କୁମାର ପଟ୍ଟନାୟକ, ଆଲୋକ କୁମାର ପଟେଲ, ଅଶୋକ କୁମାର ସାହୁ ଜିଲ୍ଳା ସ୍ତରୀୟ ଅଧିକାରୀ l ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଓ ଏହି କାର୍ଯ୍ୟକ୍ରମକୁ ମହାମାରୀ ବିଶେଷଜ୍ଞ ସୁଶାନ୍ତ କୁମାର ପଟ୍ଟନାୟକ l ଅଶୋକ କୁମାର ସାହୁ ପରିଚାଳନା କରିଥିଲେ l