Skip to content

ସମର୍ପଣ ( ବୃଦ୍ଧାଶ୍ରମ) ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ

ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି ୭୫ତମ ସାଧାରଣତନ୍ତ୍ର ଦିବସ । ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପତାକା ଉତ୍ତୋଳନ କରି ମହାନ୍‌ ଦେଶ ଭକ୍ତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହିତ ଆଶ୍ରମ ପରିଚାଳନା କମିଟି ସଦସ୍ୟ ମାନଙ୍କ ସେବା ଓ ସମୟ ଦାନ ପାଇଁ ସାଧୁବାଦ ଜଣାଇଥିଲେ ।

ସମର୍ପଣ ପରିଚାଳନା କମିଟିର କାର୍ଯ୍ୟ କାରୀ ସଭାପତି ଅରୁଣ କୁମାର ମହାନ୍ତି , ସଂପାଦକ ଶ୍ରୀଧର ସାହୁ, ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ, ଅବଦୁଲ ଆରିଫ୍ ଖାନ୍ ଭାସ୍କର ଚନ୍ଦ୍ର ସାହୁ ଓ ରୋଟାରିଆନ୍‌ ସୁବୋଧ ଚନ୍ଦ୍ର ପଟ୍ଟନାୟକ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1