।ନୟାଗଡ଼/ ତା.୦୬.୦୬.୨୦୨୫ରିଖ ଆଜି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ଦ୍ବାରା ଏକ ପ୍ରସ୍ତୁତି ବୈଠକ ଆହ୍ବାନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ବ୍ଲକ ଓ ଏନ.ଏ.ସି. ଅଂଚଳର ଅଧିକାରୀ , ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ସଭାପତି ଓ ସଂପାଦକ, ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଯୋଗ ଦେଇଥିଲେ । ଏହି ସଭାରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ତପତିରାଜ୍ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଲାକ୍ରା ମାଡାମ,ଅଗ୍ନିଶମ ଅଧିକାରୀ ଶ୍ରୀ ପ୍ରସନଜିତ୍ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅଶୋକ କୁମାର ରଥ ଅଂଶ ଗ୍ରହଣ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହା ବିଷୟରେ ବୁଝାଇଥିଲେ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ Table Top exerciseକୁ ଆସନ୍ତା ତା.୧୮.୦୬.୨୦୨୫ରିଖ ଦିନ ସମସ୍ତ ବ୍ଲକ, ଏନ.ଏ.ସି. ତଥା ଜିଲ୍ଲାସ୍ତରରେ କେଉଁ ଢଙ୍ଗରେ ପାଳନ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା ।

ଏଥିରେ ସରପଞ୍ଚ ଓ ସଂପାଦକମାନଙ୍କର ସକ୍ରିୟ ଅଂଶ ଗ୍ରହଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକର ଦାୟିତ୍ବ ଓ ଭୁମିକା ଉପରେ ଆଲୋଚନା ହୋଇଥିଲା ।ଏହାର ଉପଦେୟତାକୁ ଉପଲବ୍ଧ କରିବା ପାଇଁ ଏହାକୁ କେତେ ଜୀବନ୍ତ କରାଯାଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ AFO Mr.Behera ଆଶ୍ରୟସ୍ଥଳରେ ଥିବା ଉପକରଣଗୁଡିକୁ କିପରି ସଠିକ ଭାବରେ ବ୍ୟବହାର କରି ଚଳନକ୍ଷମ ରଖାଯାଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଦର୍ଶନ ପାଇଁ ଜିଲ୍ଲା ସ୍ତରରେ ଓ ବ୍ଲକ ସ୍ତରରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ କରାଯାଇଥିଲା । ଏପରିକି ସମସ୍ତ ଆଶ୍ରୟସ୍ଥଳୀକୁ ମଧ୍ୟ ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।ପରେ ପରେ ଏହି କାର୍ଯ୍ୟ କ୍ରମରେ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରାଯାଇଥିଲା ।