ନୂଆଗାଁ ବ୍ଲକ ମାଳି ସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ପଣ୍ଡା ସଭାପତିତ୍ଵ କରିଥିଲେ ଓ ବାର୍ଷିକ ବିବରଣୀ ପଠନ କରିଥିଲେ । ଏଥି ସହିତ ଆବ୍ରାହମ ଲିଙ୍କନଙ୍କ ନିତି ଆର୍ଦଶରେ ଅନୁପ୍ରାଣିତ ହୋଇ ଶିଶୁମାନେ ଦେଶ ଗଠନରେ ସହାୟକ ହେବାକୁ ଶିଶୁଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷା ବିତ୍ ପବିତ୍ର ମୋହନ ସାହୁ ଯୋଗ ଦେଇ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେଲେ ଶିଶୁ ମାନେ ଭବିଷ୍ୟତର ସୁନାଗରିକ ହୋଇ ପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ କଣ୍ଟାବଣିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁକିଶୋର ପୃଷ୍ଟି ଯୋଗ ଦେଇ ସତ୍ୟବାଦୀତା ନିର୍ଭିକତା ଓ ଏକା ଗ୍ରତା ମନୁଷ୍ୟକୁ ଭଲ ମଣିଷ କରି ଗଢ଼ି ତୋଳିବାରେ ସହାୟକ ହୋଇପାରିବେ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଟିଭିର ଜିଲ୍ଲା ପ୍ରତିନିଧି ଜୟେନ୍ଦ୍ର ବେହେରା ଯୋଗଦେଇ ଶିଶୁଙ୍କୁ ମୋବାଇଲରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ତମ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ପୋଶାଧ୍ୟକ୍ଷ ତ୍ରିନାଥ ମହାପାତ୍ର ଯୋଗ ଦେଇ ଶିଶୁ ମନ୍ଦିରର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମାଙ୍କର ସକ୍ରିୟ ସହଯୋଗରେ କାର୍ଯ୍ୟ କ୍ରମ ସଫଳ ହୋଇଥିଲା ।