ନୟାଗଡ଼ ଖେଳପଡିଆଠାରେ ଅନୁଷ୍ଠିତ ସର୍ବଭାରତୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ସାଇ ହାଲ୍ ସୁନାବେଢ଼ା ଏବଂ ଟାଟା ଫୁଟବଲ ଏକାଡ଼େମୀ ଜାମସେଦପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଏବଂ ଚିତ୍ତାକର୍ଷକ ଥିଲା । ସାଇ ହାଲ ସୁନାବେଢା ୫-୨ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ପାଇଛି । ଖେଳର ପ୍ରଥମାର୍ଦ୍ଧରେ ସାଇ ହାଲ ଟାଟା ଦଳକୁ ୨ଟି ଗୋଲ ଦେଇଥିଲା । ଟାଟା ଦଳ ୧ଟି ଗୋଲ ଦେଇ ସଂଘର୍ଷ କରିଥିଲା । ଦ୍ଵିତୀୟାର୍ଦ୍ଧରେ ସାଇ ହାଲ୍ ୩ଟି ଗୋଲ ଦେଇଥିବା ବେଳେ ଟାଟା ୧ଟି ଗୋଲ କରି ପାରିଥିଲା । ଫଳରେ ସାଇ ହାଲ ସୁନାବେଢ଼ା ୫-୨ ଗୋଲରେ ବିଜୟୀ ହୋଇଥିଲା ।

ଫାଇନାଲ ମ୍ୟାନରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକ ସଭା ସାଂସଦ ପିନାକୀ ମିଶ୍ର, ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ, ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ , ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ୍ ପଟ୍ଟନାୟକ, ନୟାଗଡ଼ ଏସପି ରାହୁଲ ଜୈନ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପଧ୍ଯକ୍ଷା ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଭାପୁର ବ୍ଲକ ଉପାଧ୍ଯକ୍ଷ ବେଣୁଧର ପ୍ରଧାନ ପ୍ରମୂଖ ସାମିଲ ହୋଇଥିଲେ । ବିଜୟୀ ଦଳକୁ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଟ୍ରଫି ଏବଂ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।

ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ ର ରନର୍ସ ଅପ୍ ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି । ଆଜି ର ଖେଳକୁ ପରିଚାଳନା କରିଥିଲେ ରାଜୁ ମହାନ୍ତି, ଶଶୀକାନ୍ତ ଦାଶିଆ, ଦେବ ରାଜ ସ୍ଵାଇଁ ଓ ଶେଷଦେବ ବେହେରା । ମ୍ୟାଚ କମିଶନର ଭାବେ ଆଲୋକ କୁମାର ଦାଶ ଦାୟିତ୍ଵ ସମ୍ପାଦନ କରିଥିଲେ । ଏହି ଅବସରରେ ଆଜି ମଧ୍ୟାହ୍ନରେ ସହସ୍ରାଧିକ ଛାତ୍ର ଛାତ୍ରୀଙ୍କୁ ନେଇ ନୟାଗଡ଼ ଖେଳପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସହଯୋଗ କରାଯାଇଥିଲା । ତ୍ରିରଙ୍ଗା ପତାକା ଧରି ହଜାର ହଜାର ଛାତ୍ର ଛାତ୍ରୀ ପଡ଼ିଆରେ ନୃତ୍ୟ ପରିବେଷଣ କରିବା ବେଶ୍ ଚିତ୍ତାକର୍ଷକ ଥିଲା । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, କବି ଶେଖ୍ ଅବଦୁଲ ଖାଲିକ୍, ଅଧ୍ୟାପକ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ