Skip to content

ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ ନୟାଗଡ଼ ଖେଳ ପଡିଆରେ ଉଦଘାଟିତ, ଯୋଗ ଦେଲେ ବିଧାୟକ

ସୂଚନା ଅନୁସାରେ ଆଜି 3ଘଟିକା ସମୟ ରେ ନୟାଗଡ଼ ଖେଳ ପଡିଆ ଠାରେ 786ୟୁଥ କ୍ଲବ, ନୟାଗଡ଼ କ୍ଲବ, ନୟାଗଡ ମର୍ଣ୍ଣିଙ୍ଗ କ୍ଲବ, ଜିଲ୍ଲା ଆଥଲେଟିକ ଆସୋସିଏସନ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ 2025ଉଦଘାଟିତ ହୋଇଛି, ଉଦଘାଟନଉତ୍ସବ ରେ ନୟାଗଡ଼ ମାନ୍ୟବର ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ, ଏହି ଅବସର ରେ ଜିଲlପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ଅଶୋକ କୁମାର ନାୟକ, ଉପସ୍ଥିତ ଥିବା ବେଳେ ଆୟୋଜକ ଙ୍କ ପକ୍ଷରୁ ଶେଖ ଈସୁବ, ହଜରତ ଅଲ୍ଲୀ ଖାନ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ,

ଟୁର୍ନାମେଣ୍ଟ ର ପ୍ରଥମଦିବସ ଖେଳ ସାଇ ହାଲ ସୁନାବେଡା, ଓ ମଙ୍ଗଳା କ୍ଳବ କଟକ ମଧ୍ୟ ରେ ଖେଳା ଯାଇଥିଲା,ଖେଳ ରେ ମଙ୍ଗଳା କ୍ଲବ ପ୍ରତିପକ୍ଷ ସାଇ ହାଲ ସୁନାବେଡାକୁ 7ଟି ଗୋଲ ଦେଇ ଥିବା ବେଳେ, ପରିଶୋଧ କରିବାକୁ ଯାଇ ସାଇ ହାଲ ସୁନାବେଡା 2ଟି ଗୋଲ ଦେଇ ଥିଲେ, ଏହାକୁ ନେଇ ମଙ୍ଗଳା କ୍ଳବ କୁ ବିଜୟୀ ଘୋଷଣା କରାଯାଇଥିଲା, ମଙ୍ଗଳା କ୍ଳବ ର ଖେଳାଳି ଦିନ ବନ୍ଧୁ ଦାସ ଙ୍କୁ ମ୍ୟାନଅଫ ମ୍ୟାଚ ଘୋଷଣା କରାଯାଇଥଲା,

ଆଜିର ଏହି ଖେଳ କୁ ମୁଖ୍ୟ ରେଫରୀ ଭାବେ ରାଜୁ ମହାନ୍ତି ପରିଚାଳନା କରିଥିବା ବେଳେ ଲାଇନ ରେ ଶଶିକାନ୍ତ ଦାସିଆ, ଓ ଦେବରାଜ ସ୍ୱାଇଁ ସହାୟତା କରିଥିବା ବେଳେ ଚତୃର୍ଥ ରେଫରୀ ଭାବେଜ୍ୟୋତି ରଞ୍ଜନ ସ୍ୱାଇଁ ସହାୟତା କରିଥିଲେ,ଆଶୁତୋଷ ମିଶ୍ର ଶେଖ ଅବଦୁଲ ଖାଲିକ, ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଏହି ଟୁର୍ନାମେଣ୍ଟ18ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଆସନ୍ତା 19ତାରିଖ ରେ ଫାଇନାଲ ମ୍ୟାଚ ଖେଳା ଯିବା ନେଇ ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି

Ad 1