ଗଣିଆ – ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଶିତୁଳିଆ ସାହିର ଜଣେ ବୃଦ୍ଧ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ଶିତୁଳିଆ ସାହିର ଲୋଚନ ନାୟକ (୭୦) । ବୃଦ୍ଧ ଜଣକ ସକାଳ ୯ ଘଟିକା ସମୟରେ ପଦାକୁ କାଠ ହାଣିବାକୁ ଯାଇଥିବା ବେଳେ ସେଠାରେ ଏକ ନାଗ ସାପ ତାଙ୍କୁ କାମୁଡିଥିଲା । ସଙ୍ଗେ ସଙ୍ଗେ ବୃଦ୍ଧ ଜଣଙ୍କୁ ଆମ୍ବୁଲାନ୍ସ ଜରିଆରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଗଣିଆ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି । ତେବେ ମୃତକ ଜଣକ ଅତ୍ୟନ୍ତ ଗରୀବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
