ସାମ୍ବାଦିକ ଙ୍କୁ ବୈଠକ ରୁ ତଡି ଦେଲେ ଜିଲାପାଳ,

ନୟାଗଡ଼ ଜିଲ୍ଲା ରଣପୁର ରେ ଗଣ ମାଧ୍ୟମ ପ୍ରତି ନିଧି ଙ୍କୁ ବୈଠକରୁ ବିଦା କରାଯିବା ନେଇ ଜିଲ୍ଲା ରେ ଆଲୋଡନ ସୃଷ୍ଟି ହୋଇଛି, ରଣପୁର ଶ୍ରୀ ଜଗନ୍ନାଥ ଙ୍କ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଳକ ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା, ଏହି ବୈଠକ ରେ ପୁରୀ ସାଂସଦ ସମ୍ବିତପାତ୍ର, ରଣପୁର ବିଧାୟିକା ସୁରମା ପାଢ଼ୀ, ବ୍ଳକ ଅଧକ୍ଷା ନିର୍ମଳା ବେହେରା, ଜିଲାପାଳ ସ୍ୱଧାଦେବ ସିଂ, ବିଡ଼ିଓ ସୁଧୀର କୁମାର ନାୟକ, ତହସିଲଦାର ରବୀନ ଚର୍ଚ୍ଚିଲ, ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ, ବୈଠକ ରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେବା ପାଇଁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନିମନ୍ତ୍ରଣ କରିଥିଲେ, ଜିଲାପାଳ ବୈଠକ ପ୍ରାରମ୍ଭ ରୁ ସମସ୍ତ ଙ୍କୁ ପରିଚୟ ପଚାରି ବୁଝି ଥିଲେ, ଏହା ପରେ ଜିଲାପାଳ ସମସ୍ତ ସାମ୍ବାଦିକ ଙ୍କୁ ବୈଠକ ରୁ ବାହାରି ଯିବା ପାଇଁ କହିଥିଲେ, ସାମ୍ବାଦିକ ଙ୍କୁ ଏଭଳି ଅପମାନ ଜନକ ଭାବେ ବୈଠକ ରୁ ବିଦା କରାଯିବା ପରେ ରଣପୁର ସାମ୍ବାଦିକ ମାନେ ମଣିନାଗ ପୀଠ ଠାରେ ଏକ ବୈଠକ କରିଥିଲେ,

ଜିଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି,ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଙ୍ଘ ସଭାପତି ପ୍ରସନ ମହାନ୍ତି ଏ ଘଟଣl କୁ ଦୃଢ଼ ନିନ୍ଦା କରିଥିବା ବେଳେ, ବରିଷ୍ଠ ସାମ୍ବାଦିକ ତଥା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ, ବୈଦ୍ୟ ଭୁଷଣ ମହାପାତ୍ର, ଅନିଲ କୁମାର ପଣ୍ଡା, ଏ ଘଟଣା କୁ ଦୃଢ଼ନିନ୍ଦା କରିଛନ୍ତି,ଏ ଘଟଣା କୁ ନେଇ ଗଣ ମାଧ୍ୟମ ପ୍ରତିନିଧି ଙ୍କ ମହଲ ରେ ଅ ସନ୍ତୋଷ ସୃଷ୍ଟି ହୋଇଛି ନବ ,ନିର୍ବାଚିତ ସାଂସଦ ଓ ବିଧାୟିକା ଙ୍କ ଉପସ୍ଥିତ ରେ ଜିଲାପାଳଙ୍କ, ଏଭଳି କାର୍ଯ୍ୟକ୍ରମ କୁ କେହି
ସେ ସହରେ କେହି ସହଜ ରେ ଗ୍ରହଣ କରିପାରୁନାହାନ୍ତି

You might also like