ନୟାଗଡ ଧରିତ୍ରୀର ଜିଲା ସାମ୍ବାଦିକ ଲୋକନାଥ ମିଶ୍ରଙ୍କର ପିତା ବୈକୁଣ୍ଠ ନାଥ ମିଶ୍ରଙ୍କର ଶନିବାର ରାତି ୧୨.୪୦ରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ନୟାଗଡ ଗୋଡିପଡା ଶ୍ମଶାନରେ ମୃତଦେହକୁ ଦାହ କରାଯାଇଛି ।

ପୁଅ ମାନସ ରଞ୍ଜନ ମୁଖାଗ୍ନି ଦେଇଥିବାବେଳେ ଗଣେଶ୍ୱର ଓ ଲୋକନାଥ ଶ୍ମଶାନରେ ଉପସ୍ଥିତ ଥିଲେ । ପତ୍ନୀ ଚନ୍ଦ୍ରକଳା ମିଶ୍ର ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଗୋଡିପଡା ମହନ୍ତସାହିର ବୈକୁଣ୍ଠ ନାଥ ମିଶ୍ର ଶ୍ରେଷ୍ଠ ପୂଜକ ଭାବେ ନୟାଗଡ, ରଣପୁର ଓ ଓଡଗାଁ ବ୍ଳକ ଅଂଚଳରେ ଜଣାଶୁଣା ଥିଲେ ।

ତାଙ୍କ ମୃତ୍ୟୁରେ ଗୋଡିପଡା ଓ ଆଖପାଖ ଅଂଚଳରେ ଶୋକ ପ୍ରକାଶ ପାଇଛି । ମୃତ୍ୟୁ ପରେ ତାଙ୍କର ମରଶରୀରକୁ ସଂକିର୍ତନ ମାଧ୍ୟମରେ ଗାଁ ପରିକ୍ରମା କରାଯାଇଥିଲା । ବୈକୁଣ୍ଠ ନୟାଗଡରେ ପୁଅ ଲୋକନାଥ ପାଖରେ ରହୁଥିଲେ ।
ନୟାଗଡ଼ ଓ ଗୋଡିପଡା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ଗତ ୧ତାରିଖରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭର୍ତି ହୋଇଥିଲେ ।ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଓ ବୋହୁ ବଡ଼ ଭାଇ ଉପସ୍ଥିତ ଥିଲେ