Skip to content

ସିଆଇଟିୟୁ ନେତୃତ୍ୱରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରେ ଆଶା କର୍ମୀଙ୍କ ଗଣ ବିକ୍ଷୋଭ

ସିଆଇଟିୟୁ ନେତୃତ୍ୱରେ ଓଡିଶା ଆଶା କର୍ମୀ ଆସୋସିଏସନ, ରଣପୁର ବ୍ଲକ କମିଟି ତରଫରୁ ଆଶା କର୍ମୀଙ୍କ ୧୭ ଦଫା ସମ୍ବଳିତ ଦାବୀ ଉପରେ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ବେଳେ ଆଶା କର୍ମୀଙ୍କ ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟ ବିଧାନସଭା ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ସଫଳ କରିବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଛି।
ଆଜି ମଧ୍ୟାନ୍ହ ରେ ସତାଧିକ ଆଶା କର୍ମୀଙ୍କ ଏକ ଶୋଭାଯାତ୍ରା ରାଜ ସୁନାଖଳା ଦକ୍ଷିଣ କାଳୀ ଠାରୁ ବାହାରି ବଜାର ପରିକ୍ରମା କରି ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇ ଥିଲା। ଜାମିନି ରାଣୀ ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ମୋହନ ସରକାରଙ୍କ ଶ୍ରମିକ ମାରଣା ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ୧୯ ବର୍ଷ ହେଲା ଆଶା କର୍ମୀ ମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ବେଛାସେବୀ ଭାବେ କାର୍ଯ୍ୟ କରି ଏଯାବତ ନିୟମିତ କର୍ମଚାରୀର ମାନ୍ୟତା ପାଇ ନ ଥିଲା ବେଳେ ସର୍ବନିମ୍ନ ଦରମା ମଧ୍ୟ ନାହିଁ। ଫଳରେ ଆଶା କର୍ମୀ ମାନେ ସ୍ୱଳ୍ପ ପାଉଣା ପାଇ, ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ବକ୍ତା ମାନେ କହିଥିଲେ। କେନ୍ଦ୍ର ସରକାଇ ୧୧ ବର୍ଷରେ ଏଗାର ଟଙ୍କା ଆଶା କର୍ମୀ ଙ୍କୁ ଦେଇ ନ ଥିଲା ବେଳେ ରାଜ୍ୟ ମୋହନ ସରକାର ପ୍ରତିଶୃତି ଦେଇ ଏଯାବତ କିଛି ଦେଲେ ନାହିଁ। କେରଳ ସରକାର ଆନ୍ଧ୍ର ସରକାର ଆଶା କର୍ମୀଙ୍କୁ ୧୦ ହଜାର ରୁ ୧୮ହଜାର ଟଙ୍କା ମାସିକ ଦରମା ସହ ପ୍ରୋତ୍ସାହନ ରାଶି ପାଉ ଥିଲା ବେଳେ ଆମ ରାଜ୍ୟ ରେ ଆଶା କର୍ମୀ ମାନେ ଏଥିରୁ ବଂଚିତ ହେଉଛନ୍ତି। ସରକାର ତୁରନ୍ତ ନିୟମିତ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ଦରମା ୨୬୦୦୦ ହଜାର ଟଙ୍କା ଓ ପେନସନ ୧୦୦୦୦ ଟଙ୍କା, ମୃତ୍ୟୁ ଓ ଅବସର କାଳୀନ ୧୦ ଲକ୍ଷ ଟଙ୍କା ଓ ସାମାଜିକ ସୁରକ୍ଷା ଯୋଗାଈ ଦେବା ପାଇଁ ବକ୍ତା ମାନେ ଦାବୀ କରିଥିଲା ବେଳେ ୧୭ ଦଫା ସମ୍ବଳିତ ଦାବୀ ପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଜଗଦୀଶ ଜେନା ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରିବା ସହ ଆଶା କର୍ମୀ ଙ୍କ ବିଭିନ୍ନ ସ୍ଥାନୀୟ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବାରେ ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ସ୍ଥାନୀୟ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ରାଜ୍ୟ ସରକାର ୧୭ ଦଫା ସମ୍ବଳିତ ଦାବୀ ଗୁଡିକୁ ତୁରନ୍ତ ପୂରଣ ନ କଲେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ। ସମସ୍ତ ଆଶା କର୍ମୀ ରାଜ୍ୟ ସ୍ତରରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ରେ ଯୋଗ ଦେଇ ସଫଳ କରିବାକୁ ସଂଗଠନ ତରଫରୁ ଆହ୍ୱାନ ଦିଆଯାଇଥିଲା ।
ଏହି ଆନ୍ଦୋଳନ ରେ ସଂଗଠନ ର ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ, ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ରାଜ୍ୟ ନେତ୍ରୀ ସଂଯୁକ୍ତା ସେଠୀ, ବ୍ଲକ ସମ୍ପାଦିକା ସ୍ମୃତି ରେଖା ସେନାପତି, ଧୁଶାସନ ଜେନା, ଭିକାରୀ ଚରଣ ସାହୁ, ରଞ୍ଜୁ ଲତା ମହାପାତ୍ର, ସଞ୍ଜୁଲତା ପରିଡା, ଅହଲ୍ୟା ପେଲା, ସରୋଜିନୀ ସାହୁ, ଧନେଶ୍ୱର ପ୍ରଧାନ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

Ad 1