ସିଆରପିଏଫ ଯବାନ ଙ୍କ ପତ୍ନୀ ଙ୍କୁ ଗଳା କାଟି ହତ୍ୟା, ଆରକ୍ଷୀ ଅଧିକ୍ଷକ ତଥା ରଣପୁର ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଜ୍ୱାଇଁ ଗିରଫ

ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଅଂଚଳ ରେ ସିଆରପିଏଫ ଯବାନ ଙ୍କ ପତ୍ନୀ ଙ୍କୁ ଗଳା କାଟି ହତ୍ୟା କରିବା ମାମଲା ର ପର୍ଦାଫାଶ ହୋଇଛି, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ରଣପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡ ର ପର୍ଦାଫାଶ କରିଛନ୍ତି, ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁ ରେ ନମିତା ବେହେରାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା, ନମିତା ଙ୍କ ପୁଅ ସାସ୍ୱତ ସାମନ୍ତରାୟ ଥାନା ରେ ମାମଲା ଦାୟର କରିଥିଲେ, ଏଥି ସହିତ ବାହାରେ ରହୁଥିବା ସିଆରପିଏଫ ଯବାନ ତଥା ନମିତା ଙ୍କ ସ୍ୱାମୀଙ୍କୁ ଶାଶ୍ୱତ ସୂଚନା ଦେଇଥିଲେ,ରଣପୁର ପୋଲିସ ପକ୍ଷରୁ କେଶ ନମ୍ୱର 213ରେ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲେ,ଏଥି ସହ ଡ଼ିଏସପି ଙ୍କ ନେତୃତ୍ୱ ରେ 3ଗୋଟି ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା,ସାଇଣ୍ଟିଫିକ ଟିମ ସହ ବରିଷ୍ଠ ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଥିଲେ,ପ୍ରାଥମିକ ତଦନ୍ତ ରୁ ଉକ୍ତ ଗ୍ରାମ ର ଶରତ କୁମାର ସ୍ୱାଇଁ ଯିଏକି ମୃତ ନମିତାଙ୍କ ସାନ ଜ୍ୱାଇଁ ଏହି ହତ୍ୟା କାଣ୍ଡ କରିଥିବା ପ୍ରମାଣ ମିଳିଛି, ଏହି ମାମଲା ରେ ରଣପୁର ଆଇଆଇସି ନିହାର ରଞ୍ଜନ ମହାନ୍ତି, ତଦନ୍ତ କୁ ଜୋରଦାର କରିଥିଲେ, ବିଭିର୍ନ ଦିଗରୁ ତଦନ୍ତ କରାଯାଇଥିଲା,

ଏହି ମାମଲା ରେ ଆଉ କେଉଁମାନେ ସାମିଲ ଅଛନ୍ତି ତଦନ୍ତ ଜାରୀ ରହିଛି, ଏକ ମାସ ମଧ୍ୟରେ କୋଟ କୁ ଚାର୍ଜସିଟ ପ୍ରଦାନ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି, ସାନ ଜ୍ୱାଇଁ ଶରତ କୁମାର ସ୍ୱାଇଁ ଙ୍କ ଠାରୁ ଏକ ଛୁରୀ ଜବତ କରାଯାଇଛି, ତାଙ୍କୁ କୋଟ ଫରୱାର୍ଡ଼ କରାଯିବ, ଏହି ହତ୍ୟା କାଣ୍ଡ ରେ ଆଉ କେଉଁ ମାନେ ସାମିଲ ଅଛନ୍ତି ପୋଲିସ ପକ୍ଷରୁ ତଦନ୍ତ ଜାରିରହିଛି, ଖୁବ କମ ଦିନ ମଧ୍ୟ ରେ ଏହାର ରହସ୍ୟଖୋଲିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ଦେଇ ଛନ୍ତି, ପ୍ରାଥମିକ ତଦନ୍ତ ରେ,ଜ୍ୱାଇଁ ଶରତ ହତ୍ୟା କରିଥିବା ସୂଚନା ମିଳିଛି,, 30ଦିନ ମଧ୍ୟ ରେ ଉକ୍ତ ହତ୍ୟା କାଣ୍ଡ ର ଚାର୍ଜସିଟ କୋଟ ରେ ଦାଖଲ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି,

You might also like