ମଣିଷ ସୁସ୍ଥ ସବଳ ତଥା କର୍ମଠ ରହିବାରେ ଶାରିରୀକ ପରିଶ୍ରମ ବିଶେଷ କରି ଯୋଗ ପ୍ରାଣାୟମ ଏକ ମହୋଷଧି ପରି l ପୁରାତନ ଯୁଗରେ ଭେଷଜ ବିଦ୍ୟାର ଆବିଷ୍କାର ହୋଇନଥିବା ବେଳେ ତଥାପି ମଣିଷ ସୁସ୍ଥ ସବଳ ଜୀଵନ ଯାପନ କରୁଥିଲା l ତାହାର ଏକମାତ୍ର ଉପାୟ ଥିଲା ଯୋଗବିଦ୍ୟା l ଏପରିକି ବଡ଼ ବଡ଼ ବ୍ୟାଧି ଯୋଗ ମାଧ୍ୟମରେ ଭଲ ହେଉଥିଲା l ବିଶେଷ କରି ବନ ବିଦ୍ୟାଳୟ ତଥା ଗୁରୁ ଆଶ୍ରମରେ ଯୋଗଶିକ୍ଷା ପାଠ ଖସଡ଼ାର ଏକ ଅଂଶବିଶେଷ ଥିଲା l ସମଗ୍ର ବିଶ୍ଵରେ ଯଦି ଯୋଗ ଉପରେ ଆଲୋକପାତ କରାଯାଏ ତେବେ ଯୋଗର ଉତ୍ପତ୍ତି ଭାରତ ବର୍ଷରୁ ହୋଇଥିଲା l ଧୀରେ ଧୀରେ ଯୋଗକୁ ସମଗ୍ର ବିଶ୍ବ ସୁସ୍ଥ ଜୀଵନ ବଞ୍ଚିବାର ମାଧ୍ୟମ ବୋଲି ବିବେଚନା କରି ଗ୍ରହଣ କରିଥିଲା l ଯୋଗର ବହୁଳ ପ୍ରଚାର ପ୍ରସାର ଓ ଉପକାରିତାକୁ ଦେଖି ଜୁନ୍ ଏକୋଇଶି ତାରିଖକୁ ଜାତିସଂଘ “ବିଶ୍ବ ଯୋଗ ଦିବସ” ଭାବରେ ଘୋଷଣl କରିଥିଲେ l

ସେହିଦିନ ଠାରୁ ଯୋଗକୁ ସମଗ୍ର ବିଶ୍ବ ସମେତ ଭରତ ବର୍ଷର ସମସ୍ତ ଶିକ୍ଷାନୁଷ୍ଠlନ ଓ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନେ ଯୋଗ ଦିବସ ପାଳି ଆସୁଛନ୍ତି l ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଗୁରୁଜୀ ଗୁରୂମା ମାନେ ଆଜିର ଯୋଗ ଦିବସକୁ ପାଳନ କରିଥିଲେ l ଯୋଗ ବିଶାରଦl ସୁଶ୍ରୀ ଅଭିଲିପ୍ସା ଓ ଆଦ୍ୟାଶା ଭଉଣୀ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିମନ୍ତ୍ରିତ ହୋଇ ଯୋଗବିଦ୍ୟାର ଶିବିରକୁ ସଞ୍ଚାଳନ କରିଥିଲେ l

ଏହି କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱlବଧlନରେ ସଞ୍ଚlଳିତ ହୋଇଥିବା ବେଳେ କ୍ରୀଡା ଶିକ୍ଷୟିତ୍ରୀ ସ୍ଵପ୍ନl ରାଣୀ ନନ୍ଦ ଓ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ ସମେତ ସମସ୍ତ ସହକର୍ମୀ ଆଜିର ଯୋଗ ଶିବିରକୁ ତଦାରଖ କରିଥିଲେ l ପରିଶେଷରେ ଯୋଗକୁ ଜୀବନ ଯାପନ ଶୈଳୀର ଏକ ମାଧ୍ୟମ ଭାବରେ ଗ୍ରହଣ କରିବା ପାଇଁ ଦଶମ ଶ୍ରେଣୀ ଛାତ୍ରୀ ସ୍ବିଟି ଲେଙ୍କା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l