ସୁକନ୍ୟା ଗ୍ରାମ ଅଭିଯାନ କାର୍ଯ୍ୟକ୍ରମ

ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ, ନୟାଗଡ଼ ଆନୁକୂଲ୍ଯରେ ନୂଆଗାଁ ବ୍ଲକ, ଢେଙ୍କେଣା ପଞ୍ଚାୟତର ମଧୂବନ ଗ୍ରାମରେ ଏକ ସୁକନ୍ୟା ଗ୍ରାମ ଅଭିଯାନ କାର୍ଯ୍ୟକ୍ରମ ତା୧୨।୦୧।୨୦୨୪ରିଖ ଅପରାହ୍ନରେ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଧୂବନ ଗ୍ରାମକୁ ସୁକନ୍ୟା ଗ୍ରାମ ରୂପେ ଘୋଷିତ କରିବା ଲକ୍ଷ୍ୟନେଇ ଗ୍ରାମର ମହିଳାମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ସଚେତନ କରାଯାଇଥିଲା । ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଗ୍ରାମର ସମସ୍ତ କନ୍ୟା ସନ୍ତାନମାନଙ୍କ ନାମରେ ନିକଟସ୍ଥ ଡାକଘରେ ସୁକନ୍ୟା ଖାତା ଖୋଲିବାକୁ ମହିଳାମାନଙ୍କୁ ଉତ୍ସାହିତ କରାଯାଇଥିଲା। ନୟାଗଡ଼ ଡାକ ମଣ୍ଡଳର ଉପ-ଅଧିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ମହିଳାମାନଙ୍କୁ ଏହି ଯୋଜନାର ଉପକାରୀତା ଓ ସୁଫଳ ବିଷୟରେ ଅବଗତ କରାଇଥିଲେ। ଏହି ଯୋଜନାରେ ଡାକଘରର ଅନ୍ୟ ଯୋଜନା ତୁଳନାରେ ଅଧିକ ସୁଧ ମିଳୁଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଯୋଜନା କନ୍ଯାମାନଙ୍କ ଭବିଷ୍ୟତରେ ତାଙ୍କ ଶିକ୍ଷା ଓ ବିବାହକ୍ଷେତ୍ରରେ ଆସୁଥିବା ଆର୍ଥିକ ସମସ୍ୟାର ସମାଧାନ କରିବାରେ ଉପଯୋଗୀ ହୋଇପାରିବ ବୋଲି ନୟାଗଡ଼ ବଜାର ଉପ ଡାକଘରର ଡାକପାଳ ଶ୍ରୀଯୁକ୍ତ କବିରାଜ ନାୟକ କହିଥିଲେ।

ଜିଲ୍ଲା ପ୍ରଶାସନ ତରଫରୁ ମହିଳାମାନଙ୍କୁ ସୁକନ୍ୟା ପ୍ରଚାର ପତ୍ରିକା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ଶେଖ୍ ଈନାୟତ ତୁଲ୍ଲା ପରିଚାଳନା କରିଥିଲେ। ସୁକନ୍ୟା ଭଳି କେବଳ ସରକାରୀ ଯୋଜନାରେ ଅର୍ଥ ବିନିଯୋଗ କରିବା ସପକ୍ଷରେ ଶ୍ରୀ ତୁଲ୍ଲା ମହିଳାମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ମଧୂବନ ଗ୍ରାମର ଡାକ ଅଭିକର୍ତ୍ତା ଶ୍ରୀ ଦାଶରଥି ସାହୁ ଉପସ୍ଥିତ ରହି ସଫଳ କରିବାରେ ସହାୟତା କରିଥିଲେ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

You might also like