Skip to content

ସୁନାବେଶ ରେ ଦର୍ଶନ ଦେଲେ ମହାପ୍ରଭୁ, ବହୁ ଭକ୍ତ ଙ୍କ ସମାଗମ

ନୟାଗଡ଼ ପୁରୁଣା ସହର ରେ ଅନୁଷ୍ଠିତ ହେଉଥିବା ରଥ ଯାତ୍ରା ଅବସରରେ ମହା ପ୍ରଭୁ ସୁନା ବେଶ ରେ ଦର୍ଶନ ଦେଇଥିବା ବେଳେ ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ଉପରେ ତିନି ରଥ ରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଦୀର୍ଘବର୍ଷ ପରେ ସୁନାବେଶ ରେ ଦର୍ଶନ ଦେଇ ଛନ୍ତି, ପ୍ରତ୍ୟକ ବର୍ଷ ମହା ପ୍ରଭୁ ରୁପା ଅଳଙ୍କାର ରେ ବେଶ ହେଉଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାରସାହୁ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ତଥା ଦେବୋତର ଵିଭାଗ ର ପ୍ରଚେଷ୍ଟା ରେ ଅଳଙ୍କାର ଉପରେ ସୁନା ଲେପ ପ୍ରଦାନ କରାଯାଇଥିଲା,

ଏହି ସୁନା ବେଶ ରେ ରଥ ଉପରେ ତିନି ଠାକୁର ଙ୍କ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ସୁନା ରେ ସଜେଇ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଓ ଶୁଭଦ୍ରା,, ରଥ ରେ ସ୍ୱର୍ଣଅଳଙ୍କାର ରେ ଶ୍ରୀଙ୍ଗାର ସରିବା ପରେ ଶ୍ରଦ୍ଧାଳୁ ଙ୍କୁ ଦିବ୍ୟ ଦର୍ଶନ ଦେଇ ଥିଲେ ମହାପ୍ରଭୁ, ରଥlରୁଢ଼ ଠାକୁର ଙ୍କ ଦୁଲ୍ଳଭ ସୁନାବେଶ ଦର୍ଶନ କଲେ କୋଟି ଜନ୍ମ ର ପୁଣ୍ୟ ମିଳିଥାଏ, ମହା ପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ ଦେଖିବାକୁ ବହୁ ଭକ୍ତ ଙ୍କ ଜନ ସମାଗମ ହୋଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ସହିତ ବଡ଼ ଦାଣ୍ଡ ରେ ଅର୍ଣ୍ଣଛତ୍ର ଓ ବିଭିର୍ନ ବ୍ୟବସ୍ଥା କରାଯାଇଥିଲା, ସୁନାବେଶ ଦେଖିବା ପାଇଁ ନୟାଗଡ଼ ସହର ସମେତ ଆଖପାଖ ଅଞ୍ଚଳ ର ବହୁ ଲୋକ ଙ୍କର ସମାଗମ ହୋଇଥିବା ବେଳେ ମହାପ୍ରଭୁଙ୍କୁ ସୁନା ବେଶ ରେ ଦର୍ଶନ କରି ଭକ୍ତ ଭାବବିହ୍ଵଳ ହୋଇ ପଡ଼ିଥିଲେ, ପୋଲିସ ପ୍ରଶାସନ ପକ୍ଷରୁ ବିଭିର୍ନ ଟ୍ରାଫିକ କଟକଣା କରାଯାଇଥିଲା

Ad 1