ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଇନ୍ଦିପଟା ଗ୍ରାମ ରେ ଅବସ୍ଥିତ ବାବା ଶ୍ରୀ ଶ୍ରୀ ବିଶ୍ଵନାଥ ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ବିଶ୍ୱ ଶାନ୍ତି ମହାଯଜ୍ଞ, ଯଥା ନାମ ଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ,ସାଧୁ ସମ୍ମିଳନୀ ଆଦି ପାଳନ କରାଯିବା ପାଇଁ ପ୍ରସ୍ତୁତି ବୈଠକ କରାଯାଇଥିଲା। ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଇନ୍ଦିପଟା ଗ୍ରାମବାସୀଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ରେ ଏହି ଯଜ୍ଞ କରାଯାଇଥାଏ । ଏହି ଯଜ୍ଞ ସମ୍ପୂର୍ଣ ଚାରି ଦିନ ଧରି ହେବ। ଏଥିରେ ପ୍ରତ୍ୟେକ ଦିନ ରୁଦ୍ରାଭିସେକ , ସପ୍ତଶତୀଚଣ୍ଡୀ ପାଠ, ଅଷ୍ଟ ପ୍ରହର ନାମଯଜ୍ଞ କୁ ବିଭିନ୍ନ ଗ୍ରାମରୁ ସଙ୍କୀର୍ତ୍ତନ ଦଳ, ଯଜ୍ଞରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ସମାଗମକୁ ଆଖି ଆଗରେ ରଖି ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଥିଲା।

ଏହି ଯଜ୍ଞରେ କର୍ତ୍ତାଭାବେ ପର୍ଶୁରାମ ପାଣିଗ୍ରାହୀ ଓ ପତ୍ନୀ ଶୈଳବାଳା ପାଣଗ୍ରାହୀ, ସlତମୌଜାର ଉପସ୍ଥିତ ସମସ୍ତ ସଭାପତି, ଆଞ୍ଚଳିକ ସାମ୍ୱାଦିକ ସଂଘ ତଥା ଗ୍ରାମ ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ, ଗ୍ରାମ ସଂପାଦକ ନିରଞ୍ଜନ ବାରିକ, କମିଟି ସଦସ୍ୟ ଶ୍ରୀନିବାସ ପାଣିଗ୍ରାହୀ, ପ୍ରହଲ୍ଲାଦ ପାଣିଗ୍ରାହୀ, ପାଣ୍ଡବ ରଣା, ମିଲୁ ପଣ୍ଡା , ମଣି ବରିକ, ପ୍ରତାପ ପାଣଗ୍ରାହୀ, ନାରାୟଣ ପାଣିଗ୍ରାହି ଓ ମନ୍ଦର ବେହେରl ଙ୍କ ସହିତ ଗ୍ରାମବାସୀ ମାନେ ଉକ୍ତ ବୈଠକରେ ଉପସ୍ଥିତ ରହିଥିଲେ l