ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁରଜିତ ସ୍ମୃତି କମିଟି ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସୁରିଜିତଙ୍କ ପିତା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ରକ୍ତ ଦାନ ଶିବିରରେ ୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌରଧ୍ୟକ୍ଷା ନିରୁପମା ଖଟେଇ, ସମାଜସେବୀ ପ୍ରମୋଦ ପଟ୍ଟନାୟକ , ଦାମୋଦର ସାହୁ ଓ ବାସୁଦେବ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ପୁଅର ସ୍ମୃତି ଉଦ୍ଦେଶ୍ୟରେ ବାପାଙ୍କର ଏଭଳି ମହତ କାର୍ଯ୍ୟକୁ ଅତିଥି ମାନେ ପ୍ରଶଂସା କରିଥିଲେ ।