ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଛି, ଏଥିରେ ବହୁ ସଂଖ୍ୟକ ଯୁବକ ଯୁବତୀ ସାମିଲ ହୋଇଥିଲେ, ଦୁର୍ଗା ପ୍ରସାଦ ଠାରୁ ଏହି ମିନି ମାରାଥନ ଆରମ୍ଭ ହୋଇ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ପହଂଚିଥିଲା, ଉକ୍ତ ମିନି ମାରାଥନ କୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଶୁଭଆରମ୍ଭ କରିଥିଲେ,

ଏହି ଅବସର ରେ ଜଗନ୍ନାଥ ମନ୍ଦିର ପାଖରେ ଏକ ସଭା ର ଆୟୋଜନ କରାଯାଇଥିଲା, ସେବା ସମିତି ର ଅଧକ୍ଷ ଶିବରାମ ମହାପାତ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡ଼ ଅରୁଣ କୁମାରସାହୁ ଯୋଗ ଦେଇ ଯୁବ ସମାଜ ଜାଗ୍ରତ ହେବାରେ ଆବଶ୍ୟକତା ରହିଛି ବୋଲି ଡ଼ ସାହୁ ପ୍ରକାଶ କରିଥିଲେ,

ଯୁବକ ଯୁବତୀ ମାନେ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ପଢିବାକୁ ପରାମର୍ଶ ଦେଇ ଛନ୍ତି, ଏଥି ସହିତ ଯିଏ ସକାଳ ର ସୂର୍ଯ୍ୟଦୟ ଦେଖି ନାହିଁ,ତା ଜୀବନ ରେ ସୂର୍ଯ୍ୟଦୟୋ ହେବ ନାହିଁ ବୋଲି ଡ଼ ସାହୁ ପ୍ରକାଶ କରିଥିଲେ, ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧକ୍ଷା ନିରୁପମା ଖଟେଇ, ସେବା ଉତ୍ସବ ସମିତି ର ଉପଦେଷ୍ଟା ଦାମୋଦର ସାହୁ,

ରାଜ ସୁନାଖଳା ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ଆଇନଜୀବୀ ଅମୀୟ ପଟ୍ଟନାୟକ, ସାରଦା ପ୍ରସାଦ ମହାପାତ୍ର, ଆଇନଜୀବି ପରୀକ୍ଷା ରେ କୃତକାଯ୍ୟ ହୋଇଥିବା ସୀମା ଅଗ୍ରୱାଲ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଚନ୍ଦନ କୁମାର ସାହୁ, ଚିତ୍ତ ରଞ୍ଜନ ସାହୁ,

ପ୍ରମୁଖ ଉପସ୍ଥିତ ରହିଥିଲେ, ମଞ୍ଚ ସଂଯୋଜନା କରିଥିଲେ ସାମ୍ବାଦିକ ଜୟନ୍ଦ୍ର ବେହେରା, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ