Skip to content

ହସୁଛି ସୁରମା କାନ୍ଦୁଛି ବାଦଲ,ରଣପୁର ବିଧାନସଭା କ୍ଷେତ୍ରରେ ବାଜି ମାରିନେଇଛନ୍ତି :ସୁରମା ପାଢ଼ୀ

ନିଜର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନଙ୍କୁ ପ୍ରାୟ ୧୫,୫୪୪ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ସୁରମା ସୁରମାଙ୍କୁ ୮୧,୪୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ସତ୍ୟନାରାୟଣଙ୍କୁ ମିଳିଛି ୬୫,୮୯୫ ଭୋଟ ବିଜୟ ପରେ ବିଜେପି କାର୍ଯ୍ୟାଳୟ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଛି ।ଲଗାତର ଭାବେ ତିନିଥର ରଣପୁର ନିର୍ବାଚନମଣ୍ଡଳୀରୁ ହାରିଥିବା ଶ୍ରୀମତୀ ପାଢ଼ୀ, ଚଳିତ ନିର୍ବାଚନରେ ବିଜୟୀ ହୋଇଥିବାରୁ ଜନାଦେଶକୁ ଉଚ୍ଚ ପ୍ରଶଂସା କରିବା ସହ ସମଗ୍ର ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ଅପରପକ୍ଷେ, ନିର୍ବାଚନ ରଣନୀତିରେ କିଛି ତ୍ରୁଟି ରହିଯାଇଥିବାରୁ ଏଭଳି ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା ବୌଲି ପରାଜିତ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ହସୁଛି ସୁରମା କାନ୍ଦୁଛି ବାଦଲ . ବିଧାୟକ ପ୍ରାର୍ଥୀଙ୍କ ବିଜୟ ହୋଇଛି ବୋଲି ଜିଲ୍ଲା ବିଜେପି ସଭାପତି ତଥା ରଣପୁର ନିର୍ବାଚନମଣ୍ଡଳୀ ବିଧାନସଭା ପାଇଁ ବିଜେପିରୁ ପ୍ରାଥମିକ ।

ଟିକେଟ ପାଇଥିବା ତାପସ ରଞ୍ଜନ ମାର୍ଥା କହିଛନ୍ତି I ଦୀର୍ଘ ବର୍ଷର ବ୍ୟବଧାନ ପରେ ରଣପୁର ନିର୍ବାଚନମଣ୍ଡଳୀରେ ସୁରମାଙ୍କ ବିଜୟ ତଥା ପ୍ରଥମଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବା ବେଳେ ରଣପୁର ” ବିଜେପି କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଉତ୍ସାହୀ ବିଜେପି କର୍ମୀମାନେ ପରସ୍ପରକୁ ମିଠା ଖୁଆଇ ଖୁସି ହୋଇଛନ୍ତି | ତେବେ କିଛିକିଛି ସ୍ଥାନରେ ବାଣଫୁଟା ଶବ୍ଦ ଶୁଣିବାକୁ ମିଳିଛି | ଦୀର୍ଘ ବର୍ଷ ଅନ୍ତରାଳେ ସରକାର ପରିବର୍ତ୍ତନ ହୋଇଥିବାରୁ, ନୂତନ ଯୁବ ଭୋଟର ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି |

Ad 1