ଚାଷୀଙ୍କ ସ୍ୱାର୍ଥ ପାଇଁ ମିଲର୍ସଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରାଯିବ :- କଂଗ୍ରେସ
ଜିଲ୍ଳାର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ପରୋକ୍ଷ ସାହସ ପାଇ ମିଲର୍ସ ଆସୋସିଏସନଙ୍କ ମନମାନି ଦିନକୁଦିନ ବଢିବଢି ଯିବା ଯୋଗୁଁ ସମସ୍ତ ପ୍ୟାକ୍ସରେ ୧୦/୧୧ କେଜି ଧାନ କଟଣି ଜିଦ୍ଦିରେ ମିଲର ଅଛନ୍ତି, ମିଲର୍ସ ଙ୍କ ଚାପରେ ସୋସାଇଟି ସମ୍ପାଦକ ମାନେ ଧାନ କିଣୁ ନାହାଁନ୍ତି, ଏପଟେ ଚାଷୀଙ୍କ ଟୋକନ ଅବଧି ସରିସରି ଯିବା କାରଣରୁ ଚାଷୀକୂଳ ମାନସିକ ଚାପରେ ରହିବାକୁ ଗମ୍ଭୀରତାର ସହ ନେଇଛି କଂଗ୍ରେସ, ଯଦି ତୁରନ୍ତ ଧାନ କଟଣି କରୁଥିବା ମିଲର ଏବଂ ପ୍ୟାକ୍ସ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଚଳ କରିଦିଆଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ପ୍ରେସବାର୍ତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି l

ଆଜି କୁରାଳ ପ୍ୟାକ୍ସରେ ମିଲର ୧୧ କେଜି କଟଣିରେ ଅଟଳ ରହିବାରୁ ଚାଷୀ ମାନେ ମିଲର କୁ ପ୍ୟାକ୍ସ ଭିତରେ ତାଲା ପକାଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି l ସେହିପରି ବାଲୁଗାଁ ସୋସାଇଟି ରେ ମିଲର ମନମାନି ପ୍ରତିବାଦରେ ରାଜ୍ୟ ରାଜପଥ ଅବରୋଧ କରାଯାଇ ଥିଲା l
ଇଟାମାଟି, ଲାଠିପଡ଼ା, ଆନନ୍ଦାପଲ୍ଲୀ, ଖୁଣ୍ଟୁବନ୍ଧ, ଲେଙ୍କୁଡ଼ିପଡ଼ା, ସିନ୍ଦୁରିଆ, ଚମ୍ପତିପୁର ପ୍ୟାକ୍ସ ମାନଙ୍କରେ କଟଣି ପ୍ରସଙ୍ଗରେ ମିଲର୍ସ ଙ୍କ ଚାପରେ ସମ୍ପାଦକ ମାନେ ଧାନ କିଣୁନାହାନ୍ତି l ମିଲର୍ସ ମାନେ ରାଜନୈତିକ ପ୍ରତ୍ସହନ ପାଉଥିବାରୁ ପ୍ରଶାସନକୁ ବେଖାତିର କରି ପୁର୍ବ ବର୍ଷ ମାନଙ୍କ ଭଳି ଚାଷୀଙ୍କୁ ଲୁଟିବାଜିଦ୍ଦି ରେ ଅଛନ୍ତି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି l