୨୦ରେ ଫତେଗଡ଼ ଆସିବେ ଶଙ୍କରାଚାର୍ଯ୍ୟ,ଶ୍ରୀରାମ ଦର୍ଶନ, ଧର୍ମ ସଭାରେ ଉଦ୍ ବୋଧନ

ନୟାଗଡ଼ ଜିଲ୍ଲା ଫତେଗଡ଼ ଆସିବେ ଗୋବର୍ଦ୍ଧନ ପୀଠ ୧୪୫ ତମ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ । ଏନେଇ ଆଜି ଗୋବର୍ଦ୍ଧନ ପୀଠ ରାଷ୍ଟ୍ରୀୟ ମାର୍ଗ ଦର୍ଶକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଫତେଗଡ଼ ଶ୍ରୀରାମ ପରିଷଦ ପକ୍ଷରୁ ହୋଟେଲ ନୀଳମାଧବଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୋବର୍ଦ୍ଧନ ପୀଠ ପ୍ରବାସୀ ସମିତି ପ୍ରଭାରୀ ସୌରୀ ରଞ୍ଜନ ପଣ୍ଡା, ସଚିବ ବସନ୍ତ ରଥଶର୍ମା, ଭାପୁର ବ୍ଲକ ଉପାଧ୍ୟକ ବେଣୁଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଫତେଗଡ଼ ।

ଶ୍ରୀରାମ ପାହାଡ଼ ଉପରେ ନୂତନ ଭାବେ ଭାବେ ବଉଳମାଳ ପଥରରେ ଶ୍ରୀରାମ ମନ୍ଦିର ନିର୍ମାଣ କରାଯାଇଛି । ଫତେଗଡ଼ ଗ୍ରାମବାସୀ ତଥା ଶ୍ରୀରାମ ପରିଷଦ ସଭାପତି ବେଣୁଧର ପ୍ରଧାନ ଏହାର ମୁଖ୍ୟ ତଦ୍ଵାବଧାରକ ରହିଛନ୍ତି। ଏହି ସୁନ୍ଦର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ତିଥି ମୁତାବକ ୧୭ତାରିଖରୁ ଆରମ୍ଭ ହେବ । ୧୭ତାରିଖରେ ଅଙ୍କୁରାରୋପଣ କରାଯାଇ ପରମ୍ପରା ଅନୁସାରେ କାର୍ଯ୍ୟ କରାଯିବ। ଏଥି ନିମନ୍ତ ୨୦ ତାରିଖରେ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ଵତୀ ପୁରୀରୁ ନୟାଗଡ଼ ଗସ୍ତରେ ଆସିବେ । ଫତେଗଡ଼ ଗ୍ରାମରେ ପୂର୍ବ ନିଦ୍ଧାରିତ ସ୍ଥାନରେ ଶଙ୍କରାଚାର୍ଯ୍ୟ ଅଧିଷ୍ଠିତ ହେବେ ।

୨୦ ତାରିଖ ସଂଧ୍ୟାରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ପଶ୍ନୋତ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ୨୧ ତାରିଖରେ ଶ୍ରୀରାମ ମନ୍ଦିର ଯଜ୍ଞ ମଣ୍ଡପ ପରିଦର୍ଶନ ସହ ଗୁରୁ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେବେ । ଉକ୍ତଦିନ ଶ୍ରୀରାମଙ୍କ ବିଗ୍ରହକୁ ପ୍ରଥମେ ଶଙ୍କରାଚାର୍ଯ୍ୟ ଦର୍ଶନ କରିବେ ବୋଲି ସୂଚନା ମିଳିଛି ।

ଏହା ପରେ ଫତେଗଡ଼ ଷ୍ଟାଡ଼ିୟମଠାରେ ଆୟୋଜିତ ଧର୍ମ ସଭାରେ ଶଙ୍କରଚାର୍ଯ୍ୟ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ରାଷ୍ଟ୍ରୀୟ ମାର୍ଗଦର୍ଶକ ପଣ୍ଡିତ ମିଶ୍ର ସୂଚନା ଦେଇଛନ୍ତି । ଏହି କାର୍ଯ୍ୟ କ୍ରମରେ ଭାପୁର ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଭରତ କୁମାର ବେହେରା ଉପସ୍ଥିତ ରହିଥିଲେ । ବରିଷ୍ଠ ସମ୍ପାଦିକ ରାମକୃଷ୍ଣ ରଥ କାର୍ଯ୍ୟ କ୍ରମରେ ସଂଯୋଜନା କରିଥିଲେ

You might also like