Skip to content

୭୦ତମ ସର୍ବ ଭାରତୀୟ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଗଣ ଦୌଡ଼

୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଆଜି ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ନୟାଗଡ଼ ଜଗନ୍ନାଥ ମନ୍ଦିରଠାରୁ ଏହି ଗଣଦୌଡ ସିନ୍ଦୁରିଆ କେନ୍ଦ୍ର ସମବାୟ ବ୍ୟାଙ୍କ ପର୍ଯ୍ୟନ୍ତ ଆସିଥିଲା । କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ନାଥ ସାହୁ ଆନୁଷ୍ଠାନିକ ଭାବେ ପତକା ଦେଖାଇ ଗଣ ଦୌଡ କୁ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟ କ୍ରମରେ ସହକାରୀ ନିବନ୍ଧକ ସୁଶ୍ରୀ ପ୍ରିୟଦର୍ଶିନୀ ,ଉପସହକାରୀ ନିବନ୍ଧକ ଭାସ୍କର ପାଣିଗ୍ରାହୀ, ବ୍ୟାଙ୍କ ସମ୍ପାଦକ କରୁଣାକର ହାଂସଦା, ବ୍ୟାଙ୍କ ଡାଇରେକ୍ଟର ଦୁର୍ଯ୍ୟୋଧନ ବେହେରା , କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାନେତ୍ରୀ ଙ୍କ ପ୍ରତିନିଧି ଶୁସାନ୍ତ କୁମାର ଜେନା ଓ ଶତାଧିକ ସମବାୟ ପ୍ରେମୀ ଏହି ଗଣ ଦୌଡରେ ସାମିଲ ହୋଇଥିଲେ ।

Ad 1