୭୮ ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଆଜି ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ଯକ୍ଷତାରେ ନୟାଗଡ଼ରେ ୭୮ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ସ୍ଵାଗତ କରିବା ସଂଗେ ସଂଗେ ବୈଠକ ଡାକିବାର ପ୍ରlସଙ୍ଗୀକତା ଉପରେଆଲୋକ ପାତ କରିଥିଲେ, ପରେ ପରେ ଅତିରିକ୍ତ ଜିଲାପାଳ ଶ୍ରୀମତୀ ଦାସ ଚଳିତ ବର୍ଷ ସ୍ୱାଧୀନତା ଦିବସ କିପରି ସମସ୍ତ ଙ୍କ ସହଯୋଗ ରେ ଅତି ସୁନ୍ଦର ଭାବେ ପାଳନ କରାଯିବ ତାହା ଉପରେ ଆଲୋଚନା କରିଥିଲେ,ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ସହିତ ଆଉ ଯଦି କିଛି ଅଧିକ କାର୍ଯ୍ୟକ୍ରମ ଯୋଗ କରିବାର ଅଛି ବୈଠକ ରେ ସେ ବିଷୟ ନେଇ ପଚାରି ଥିଲେ,

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ଜୈନ କଲେଜ ରୋଡ଼ ଠାରୁ ପିଟିଏସ ପର୍ଯ୍ୟନ୍ତ ରାସ୍ତା ରେ ଏହି ଦିବସ ପାଳନ ଅବସର ରେ ପ୍ରବଳ ଜନସମାଗମ ହୋଇଥାଏ, ଏହି ସମୟ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ, ଏହି ବୈଠକ ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଵିଭାଗ, ଅଧିକାରୀ, ବିଭିର୍ନ ଶିକ୍ଷା ଅନୁଷ୍ଠାନ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ,ଘରୋଇ ବସ ମାଲିକ ସଙ୍ଘ ସଭାପତି, ଓ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ

You might also like