NAYAGADA TODAY-ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିଯୁକ୍ତି ପାଇଥିବା ସ୍ୱାବଲମ୍ବୀ କାରିଗର ଓ ପମ୍ପ ଚାଳକମାନଙ୍କ ଦରମା ପ୍ରଦାନରେ ବିଳମ୍ବକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଦୀର୍ଘଦିନ ଧରି ଦରମା ନମିଳିବାରୁ କର୍ମଚାରୀମାନେ ନିଜର ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।ଏନେଇ ପ୍ରତିବାଦ ଜଣାଇ କର୍ମଚାରୀମାନେ ସମ୍ପୃକ୍ତ ବିଭାଗ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ନକଲ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଛି।ଆଗାମୀ ୭ ଦିନ ମଧ୍ୟରେ ବକେୟା ଦରମା ପ୍ରଦାନ କରାନଗଲେ ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣା ଦିଆଯିବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପର