ରାଜସୁନାଖଳା, 8 ମାର୍ଚ:– ଆଜି ଆନ୍ତର୍ଜାତିକ ଦିବସ ପରିପ୍ରେକ୍ଷୀରେ ରାଜସୁନାଖଳା ମଥୁରା ପୁର ସାହି ଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି AIDWA ତରଫରୁ ଚେମି ନାୟକ ଙ୍କ ସଭାପତିତ୍ବରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। 76 ବର୍ଷ ସ୍ବାଧୀନତା ପରେ ଆଜି ମହିଳା ସମାଜ ମଧ୍ଯ ଅସୁରକ୍ଷିତ,ନିର୍ଯାତିତ ଓ ନିଷ୍ପେଷିତ ଅବସ୍ଥାରେ ଅଛନ୍ତି ବୋଲି ବକ୍ତା ମାନେ କହିଥିଲେ।ଓଡିଶାର କୁନ୍ଦୁଲି ଠାରୁ ପରୀ ହତ୍ୟା ଏବଂ ଉତ୍ତର ପ୍ରଦେଶ ଠାରୁ ମଣିପୁର ହତ୍ୟାକାଣ୍ଡ ହିଁ ଏହାର ପ୍ରତିଫଳନ ଅଟେ ବୋଲି କହିଥିଲେ। ମୋଦୀ ସରକାରଙ୍କ ବେଟି ବଚାଅ ବେଟି ବଢାଅ ଓ ରାଜ୍ଯ ନବୀନ ସରକାର ଙ୍କ ଗାଁ କୁ କାମ ଓ ମାଆ କୁ ସନମାନ ଆଜି ଧୁଆଁ ବାଣ ସଦୃଶ ହୋଇଛି।
ମହିଳା ସଶକ୍ତିକରଣ ନାଁ ରେ ମହିଳା ମାନେ ଆଜି ମାଇକ୍ରୋ ଫାଇନାନ୍ସ ଜାଲରେ ପଡି ମହିଳା ମାନେ ଛଟପଟ ହେବା ସହ କେହି କେହି ଆତ୍ମ ହତ୍ୟା କରୁଛନ୍ତି। ଏଭଳି ପରିସ୍ଥିତି ରେ ଆଜିର ମହିଳା ଦିବସ ରେ ଐକ୍ଯ ବଦ୍ଧ ହୋଇ ନାରୀ ସ୍ବାଧୀନତା,ନାରୀ ସମାନତା ଓ ନାରୀ ପ୍ରଗତି ପାଇଁ କାର୍ଯ୍ୟ କରି ମହିଳା ମାନେ ଐକ୍ଯ ବଦ୍ଧ ହେବାକୁ ଅଙ୍ଗୀକାର ପାଇଁ ଆହ୍ବାନ ଦେଇଥିଲେ।ଏହି ଆଲୋଚନା ସଭାରେ ମହିଳା ସମିତିର ରଣପୁର ବ୍ଳକ ର ସଭାନେତ୍ରି ସଞ୍ଜୁକ୍ତା ସେଠୀ, ସମ୍ପାଦିକା ପୁଷ୍ପାଞ୍ଜଳି ସେନାପତି ଓ ଶ୍ରମିକ ନେତା ସୁରେଶ ସ୍ୱାଇଁ ଆଲୋଚନା କରିଥିଲେ ।