ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ନୟାଗଡ଼ ଡିଭିଜନ ଶାଖା ପକ୍ଷରୁ ପ୍ରଥମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ ନୟାଗଡ଼ ଡିଭିଜନ ଶାଖା ପକ୍ଷରୁ ନବଘନ ପୁର କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ସର୍କଲ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇ ବାର୍ଷିକ ସମ୍ମିଳନୀ କୁ ଶୁଭାରାମ୍ବ କରିଥିବା ବେଳେ ସମ୍ପାଦକ ଶରତ କୁମାର ମାନସିଂ, କୋଷାଧକ୍ଷ ବିଜୟ କୁମାର ଦାସଯୋଗ ଦେଇ ଥିଲେ,ଭବିଷ୍ୟତ ରେ ସଙ୍ଘ କିପରି ସୃଦୃଢ଼ ହେବ ଓ ସଙ୍ଘ ତଥା ସଦସ୍ୟ ମାନଙ୍କ ବହୁ ସମସ୍ୟା ବିଷୟ ରେ ଆଲୋକ ପାତ କରାଯାଇ ସେ ବିଷୟ ରେ କିପରି ସମସ୍ୟା ର ସମାଧାନ ହୋଇ ପାରିବ ତାହା ଆଲୋଚନା କରାଯାଇଥିଲା ଡାକ ସେବକ ମାନଙ୍କ ସ୍ତର ରେ ରୁଲ 10b ନିୟମ ଲାଗୁ ହୋଇ ଥିବାରୁ ଅସନ୍ତୋଷ ପ୍ରକାଶ କରାଯାଇ ସରକାରୀ ସ୍ତର ରେ ତାହା ଉଠାଇବା ପାଇଁ ଉପସ୍ଥିତ ଥିବା ଡାକ ସେବକ ମାନେ ସଂକଳ୍ପ ବଦ୍ଧ ହୋଇଥିଲେ, ପରିଶେଷରେ ନୟାଗଡ଼ ଶାଖା ପାଇଁ ନିର୍ବାଚନ କରାଯାଇଥିଲା, ନିର୍ବାଚନ ରେ ସଭାପତି ରୂପେ ଅରୁଣ କୁମାର ରାଉତ ରାୟ, କାର୍ଯ୍ୟକାରୀ ସଭାପତି ଭାବେ ତ୍ରିଲୋଚନ ହୋତା, ସମ୍ପାଦକ ଭାବେ ଗୋଲକ ବିହାରୀସାହୁ,ଟ୍ରେଜର ର ଭାବେ ବେଣୁଧର ପାତ୍ର, ସହ ଟ୍ରେଜର ର ଭାବେ ପ୍ରଦୀପ କୁମାର ପରିଡା, ଓ ଅଡିଟର ଭାବେ ବୃନ୍ଦାବନ ସାହୁ ନିର୍ବାଚିତ ହୋଇଥିବା ପାରିଷଦ ବର୍ଗ ଭାବେ ଅନ୍ୟ ସଦସ୍ୟ ନିର୍ବାଚିତ ହୋଇଥିଲେ,

You might also like