ଅଗଷ୍ଟ ୩୧ ରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ର ନୃତ୍ୟ ପ୍ରତିଯୋଗିତା

ନୟାଗଡ ୧୭/୦୮/୨୦୨୫ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ତରଫରୁ ପୂର୍ବ ବର୍ଷ ଭଳି ଏ ବର୍ଷ ଅଗଷ୍ଟ ୩୧ ତାରିଖ ରବିବାର ପୂର୍ବାହ୍ନ ୯ ଘଣ୍ଟା ସମୟ ରେ ସ୍ଥାନୀୟ ଖଣ୍ଡପଡ଼ା ସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ର ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଜି ପୂର୍ବାହ୍ନ ୪ ଘଣ୍ଟା ସମୟ ରେ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ସୃଜନିକା ର ଏକ ପ୍ରସ୍ତୁତି ବୈଠକ ରେ ସଚିବ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ସୂଚନା ଦେଇ କହିଛନ୍ତି ଯେ ପ୍ରତିଯୋଗୀ ମାନଙ୍କର ବୟସ ୮ ରୁ ୧୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ ଏବଂ ସେମାନେ ସମସ୍ତ ପ୍ରକାର ନୃତ୍ୟ ( ଅଶାଳୀନ ଗୀତ ର ନୃତ୍ୟ ବ୍ୟତୀତ) ପରିବେଷଣ କରି ପାରିବେ । ପ୍ରତିଯୋଗୀ ମାନେ ଅଧିକ ବିବରଣୀ ପାଇଁ ସଚିବ ଙ୍କ ସହ ମୋ:- (୯୯୩୮୩୦୯୬୫୨) ଯୋଗାଯୋଗ କରିପାରିବେ । ପ୍ରତିଯୋଗୀ ମାନଙ୍କୁ କୌଣସି ପ୍ରବେଶିକା ଦେୟ ଦେବାକୁ ପଡ଼ିବ ନାହିଁ। ସମସ୍ତ ପ୍ରତିଯୋଗୀ ଅଗଷ୍ଟ ୩୧ ତାରିଖ ଦିନ ସକାଳ ୮.୩୦ ମି ରେ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ନିଜର ଆଧାରକାର୍ଡ ସହିତ ଆସି ନିଜର ନାମକୁ ପଞ୍ଜିକରଣ କରିପାରିବେ । ଏହି ବୈଠକରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଇଂ ପଦ୍ମନାଭ ପରିଡ଼ା, ଦାମୋଦର ସାହୁ , କ୍ଷଣପ୍ରଭା କର, ଗୀତାଞ୍ଜଳି ମହାପାତ୍ର, ସାଗର ଶୂରଦେଓ, ଚିନ୍ମୟୀ ଲୋପାମୁଦ୍ରା ଙ୍କ ସମେତ ୧୮ ଜଣ ଉପସ୍ଥିତ ଥିଲେ। ଶେଷରେ ସାଗର ଶୂରଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

You might also like