ନୟାଗଡ଼ ଜିଲ୍ଲା ଇଟାମାଟି ଜଗନ୍ନାଥ କଲ୍ୟାଣୀ ମଣ୍ଡପ ଠାରେ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କର୍ସ ଆସୋସିଏସନ୍ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ଅଙ୍ଗନୱାଡ଼ି ସଂଘ ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର , ସମ୍ପାଦିକା କୁଞ୍ଜ ଲତା ଦାସ, ଭାରତୀୟ ମଜପୁର ସଂଘ ଜିଲ୍ଲା ସଭାପତି ବନମାଳୀ ମିଶ୍ର, ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ । ଅଙ୍ଗନୱାଡ଼ି କର୍ମୀ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହା ସହିତ ଜିଲ୍ଲା କର୍ମ କର୍ତ୍ତା ଚୟନ କରାଯାଇଥିଲା ।

ନୟାଗଡ଼ ଜିଲ୍ଲା କମିଟି ସଭାନେତ୍ରୀ ପୁନଃ ଜ୍ୟୋସ୍ନାମୟୀ ପଣ୍ଡାଙ୍କୁ ଚୟନ କରାଯାଇଛି । ତା ସହିତ ସମ୍ପାଦିକ ଭାବେ ଗୀତାଞ୍ଜଳୀ ସେଠୀଙ୍କୁ ଚୟନ କରାଯାଇଛି । ଉପସଭାନେତ୍ରୀ ଭାବେ ମେନକା ପଳେଇ । ନିର୍ମଳା ଦାଶ ରଣପୁର , ମଞ୍ଜୁଲତା ସାହୁ ଦଶପଲ୍ଲା,ସହ ସମ୍ପାଦିକା ଇନ୍ଦିରା ନାୟକ ଓ ଅନିତା ଖଣ୍ଡୁଆଳ ନୂଆଁ ଗାଁ, କୋଷାଧ୍ୟକ୍ଷା ଭାବେ ବାସନ୍ତୀ ପ୍ରଧାନଙ୍କୁ ଚୟନ କରାଯାଇଛି । ସଂଗଠନ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ବିନୋଦିନୀ ଦେଇ ଓ ସଂଗଠନ ମନ୍ତ୍ରୀ ଭାବେ ସଂଗୀତ କରଙ୍କୁ ଚୟନ କରାଯାଇଛି ।
