ଅଧା ରହିଗଲା ପ୍ରେମକାହାଣୀ ନାଟକ ମଞ୍ଚସ୍ଥ,ଜ୍ୟୋତିର୍ମୟୀଙ୍କ ଅଭିନୟରେ ଦର୍ଶକ ବିମୋହିତ

କୁମାରାପୁର୍ଣିମା ଉପଲକ୍ଷେ ମା ମଙ୍ଗଳା ନାଟ୍ୟ ସାଂସଦ ଭୋକିଲାପଡା ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ନାଟକ ଅଧା ରହିଗଲା ପ୍ରେମ କାହାଣୀ ମଞ୍ଚସ୍ଥ ହୋଇଯାଇଛି l ଏଥିରେ ମୁଖ୍ୟ ଅଭିନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ଅଭିନୟ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା l ସେ ଓଡ଼ିଆ, ଇଂଲିଶ ଓ ବାସ୍ତୁରେ ପିଜି କରିବା ସହିତ ଅଭିନୟରେ ରୁଚି ରଖିଛନ୍ତି l ଗ୍ରାମବାସୀଙ୍କ ଦ୍ଵାରା ଏହି ନାଟକ ଦୁଇଦିନ ଧରି ଚାଲିଥିଲା l

ଡ଼ଃ ନିହାର ରଞ୍ଜନ ମହାନ୍ତିଙ୍କ ଲିଖିତ ଅଧା ରହିଗଲା ପ୍ରେମ କାହାଣୀ ଅନୁଷ୍ଠିତ ହୋଇଛି l ନିର୍ଦେଶନା ଦେଇଛନ୍ତି ଡ଼ି କ୍ରିଷ୍ଣା ଏବଂ ସଂଗୀତରେ ଶାନ୍ତନୁ କୁମାର ନାୟକ ଓ ସହଯୋଗୀ ନାଟକରେ ମା ନିଜର ଭୁଲକୁ ଲୁଚାଇବା ଓ ପରିବାରରେ ଫାଟ ସୃଷ୍ଟି କରି ନାୟକ ଓ ନାୟିକାଙ୍କୁ ଅଲଗା କରିଦେଇଛି l ପରେ ପୁନଃ ମିଳନ ହୋଇଛି l ନାୟକ ଭୂମିକାରେ ଜିଲୁ ଓ ନାୟିକା ଭୂମିକାରେ ଜ୍ୟୋତିର୍ମୟୀ ରଥ ଅଭିନୟ କରିଛନ୍ତି l ଏହି ନାଟକକୁ ଦେଖିବା ପାଇଁ ଗ୍ରାମର ସହ ସହ ଦର୍ଶକ ରୁଣ୍ଡ ହୋଇଥିଲେ, ନୟାଗଡ଼ ରୁ ଜିତୁନ କୁମାର ମହାପାତ୍ର ଙ୍କ ରିପୋଟ ଲିଭ ଲାଇଭ ଓଡ଼ିଆ

You might also like