Skip to content

ଅଧ୍ୟାପକ ଅଧ୍ୟାପିକା ଙ୍କ ନଗ୍ନ ଭିଡିଓ ଚିତ୍ର ଭାଇରାଲ ପ୍ରସଙ୍ଗରେ ଉଭୟ ଙ୍କୁ ବହିଷ୍କାର ଦାବୀ କଲା କଂଗ୍ରେସ

ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଜନୈକ ବରିଷ୍ଠ ଅଧ୍ୟାପକ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ସହ ଅନ୍ତରଙ୍ଗ ମୁହୂର୍ତ୍ତ ର ନଗ୍ନ ଭିଡିଓ କଲିଂ ରେ ସମ୍ପୃକ୍ତ ଅଧ୍ୟାପିକା ଙ୍କ ଉତ୍ତେଜିତ ନଗ୍ନ ଚିତ୍ର ଆଜି ନୟାଗଡ ସହର ରେ ବହୁ ମାତ୍ରାରେ ଭାଇରାଲ ହେବା ପ୍ରସଙ୍ଗରେ ନୟାଗଡ ଏବଂ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ର ସମ୍ମାନ ପ୍ରତିଷ୍ଠା ଉପରେ ଆଞ୍ଚ ଆସିବା ପରେ ଆମ ପାଇଁ ବଡ ଆମ ନୟାଗଡ ସ୍ଲୋଗାନ ଉପରେ ପ୍ରଶ୍ନ ଚିହ୍ନ ଲାଗିଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ l ଅଧ୍ୟାପିକା ଜଣଙ୍କ ନାରିଜାତି ର ସମସ୍ତ ଶାଳୀନତା କୁ ଭୃକ୍ଷେପ ନକରି ନିଜ ନଗ୍ନ ଶରୀର କୁ ଭିଡିଓ କଲିଂ ରେ ସେୟାର କରି ନିଜର ଚାରିତ୍ରିକ ବିଶୃଙ୍ଖଳିତ ଆଚରଣ ପାଇଁ ଦୁଇ ଅଧ୍ୟାପକ ଅଧ୍ୟାପିକା ବହିଷ୍କାର କରିବା ପାଇଁ ଉଭୟ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଙ୍କୁ ଭେଟି ଦାବୀ ଜଣାଇଛି କଂଗ୍ରେସ l ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କୁ ମଧ୍ୟ ଦୁଇ ଅଧ୍ୟାପକ ଅଧ୍ୟାପିକା ଙ୍କୁ ବହିଷ୍କାର କରିବା ପାଇଁ ଦାବୀ କରିଛନ୍ତି କଂଗ୍ରେସ ନେତା l

ନଗ୍ନ ଭିଡିଓ ର ସତ୍ୟତା କୁ ଆଧାର କରି ଟାଉନ ଥାନା ପୋଲିସ ପ୍ଲେନ ପେପର ଏଫଆଈଆର ଦରଜ କରି ଦୁଇ ଜଣଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ନୟାଗଡ ଏସଡିପିଓ ସ୍ନେହାଶିଷ ସାହୁଙ୍କ ସହ ଆଇନଗତ ଦିଗ ସମ୍ପର୍କ ରେ କଂଗ୍ରେସ ନେତା ରଣଜିତ ଦାଶ ଏବଂ କମଳ ଚରଣ ସାହୁ l ସମ୍ପ୍ରତ୍ତି ନୟାଗଡ ରେ ନାରୀ ଦୁଷ୍କର୍ମ, ଛାତ୍ରୀ ବ୍ୟଭିଚାର, କଲେଜ କର୍ମଚାରୀ ଙ୍କ ନଗ୍ନ ଭିଡିଓ ଭାଇରାଲ ଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଉଥିବା ଚିନ୍ତାଜନକ ବୋଲି କଂଗ୍ରେସ ପକ୍ଷରୁ ପ୍ରେସ ବିବୃତି ମାଧ୍ୟମ ରେ କୁହାଯାଇଛି l ବହିଷ୍କାର ପ୍ରସଙ୍ଗରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗୀୟ ପ୍ରମୁଖ ଶାସନ ସଚିବ ଙ୍କୁ ଆସନ୍ତା କାଲି ଲିଖିତ ଅଭିଯୋଗ କରାଯିବ l

Ad 1