ବିଳମ୍ବିତ ରାତିରେ ତହସିଲଦାରଙ୍କ ଚଢ଼ାଉ । ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଜେସିବି ଗାଡ଼ି ଜବତ କରିଛନ୍ତି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ । ସୂଚାନୁସାରେ, ନୟାଗଡ଼ ତହସିଲ ଅନ୍ତର୍ଗତ ବଡ଼ ପଣ୍ଡୁସର ନିକଟରେ ବିଳମ୍ବିତ ରାତିରେ ଅନାବଧ୍ୟ୍ୟ ଭାବେ ମୋରମ ଖୋଳି ଚାଲାଣ ହେଉଥିବା ବେଳେ ନୟାଗଡ଼ ତହସିଲଦାର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ ।
ଚଢାଉ ସମୟରେ ମୋରମ ବୋଝଇ ସ୍ୱରାଜ ଟ୍ରାକ୍ଟର ନମ୍ବର(OD 25F 8348)ଓ ଜେସିବି ନମ୍ବର(OD 33A 5539) ଉଭୟ ଗାଡି କୁ ଇଟାମାଟି ଥାନା କୁ ଆଣି କାଗଜ ପତ୍ର ଯାଞ୍ଚ କରିବା ସହ ଜବତ କରିଥିବା ନେଇ ନୟାଗଡ ତହସିଲଦାର ରାଜେଶ କେଶରୀ ସ୍ଵାଇଁ ସୂଚନା ଦେଇଛନ୍ତି । ନୟାଗଡ଼ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।