Skip to content

ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାଡ଼ ଦ୍ୱାରା ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ, ଦୁଇ ଗିରଫ କୋଟ ଚାଲାଣ

ନୟାଗଡ଼ ଅବକାରୀ ବିଭାଗ ଆଜି ଦୁଇ ଦୁଇଟି ସ୍ଥାନରେ ଚଢ଼ାଉ କରି ମୋଟ ୭କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୪ ହଜାର ଟଙ୍କା ହେବ । ମାମଲାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ନୂଆଗାଁ ଥାନା ନଇତଲା ଗ୍ରାମର ଅନାତ ଜଟିଙ୍କ ପୁଅ ଗୁନେନ୍ଦ୍ର କୁମାର ଜଟିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ବିଭାଗ ଆଜି ସକାଳ ୯ଟା ବେଳେ ନୂଆଗାଁ ଥାନା ଉଦୟପୁର ଛକଠାରେ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୩ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି । ନୟାଗଡ଼ ଅବକାରୀ ବିଭାଗରେ ୯/୨୪ ରେ ମାମଲା ରୁଜ କରି ଉକ୍ତ ଯୁବକକୁ କୋର୍ଟ ଫରୁୱାର୍ଡ କରାଯାଇଛି । ନୟାଗଡ଼ ଅବକାରୀ ବିଭାଗରସୁପରିଟେଣ୍ଡେଣ୍ଟ୍ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଅବକାରୀ ବିଭାଗର ଓଆଇସି ଦୀପକ କୁମାର ଜେନା, ଏଏସଆଇ ସୁଧୀର କୁମାର ମଲ୍ଲୀକ, କନେଷ୍ଟବଳ କୃଷ୍ଣଚନ୍ଦ୍ର ପରିଡ଼ା, ସନ୍ତୋଷ କୁମାର ପ୍ରଧାନ ଓ ହରପ୍ରିୟା ମଲ୍ଲିକ ଏହି ଚଢ଼ାଉରେସାମିଲ ହୋଇଥିଲେ । ସେହିପରି ନୟାଗଡ଼ ଉପକଣ୍ଠ ତୁଳସୀପୁର ସାଇ ବାବାଙ୍କ ମନ୍ଦିର ନିକଟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ ଆଜି ସକାଳ ୯ଟାରେ ଚଢ଼ାଉ କରି ୪ କେଜି ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି।

ଜବତ ଗଞ୍ଜେଇର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ପାଚିଲାଆମ୍ବ ସାହିର ପ୍ରତାପ ମହାରଣା(୪୨) ପିତା ମଙ୍ଗୁଳି ମହାରଣା । ଏହି ଚଢ଼ାଉରେ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ ଆଇଆଇସି ବିଷ୍ଣୁ ଚରଣ ମଲ୍ଲିକ,ଏଏସଆଇ ବିଦ୍ୟାଧର ପ୍ରଧାନ,କନେଷ୍ଟବଳ ଦେବୀପ୍ରସାଦ ପାଣି,ନୀଳଲୋହିତ ମଲ୍ଲିକ ଏବଂ ପ୍ରସନ୍ନ ସେଠି। କେସ ନଂ ୧୪/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Ad 1