ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ବ୍ୟାପକ ଅବ୍ୟବସ୍ଥା । ଅବଢ଼ା କୁ ନେଇ ରହିଥିବା ବିବାଦ ଏବଂ ଦେବୋତ୍ତର କର୍ମଚାରୀଙ୍କ ବିଶୃଙ୍ଖଳାକୁ ନେଇ ଆଜି ସେବାସୀ ଏବଂ ଭକ୍ତ ମହଲରେ ଅସନ୍ତୋଷ ଚରମ ସ୍ଥିତିରେ ପହଞ୍ଚିଛି । ୫୦ ରୁ ଉର୍ଦ୍ଧ୍ଵ ଭକ୍ତ ଏବଂ ସେବାସୀ ନୟାଗଡ଼ ଜଗନ୍ନାଥ ମନ୍ଦିରରେ ତାଲା ପକାଇ ଧାରଣା ଦେଇଛନ୍ତି । ନୟାଗଡ଼ ଜଗନ୍ନାଥ ମନ୍ଦିରରେ ଦୀର୍ଘଦିନ ଧରି ଅବ୍ଯବସ୍ଥା ଲାଗି ରହିଛି । କରୋନା ମହାମାରୀ ସମୟରେ ଅବଢ଼ା ନିଲାମ ହୋଇଥିବାବେଳେ ବର୍ଷକର ନିଲାମ ଦୀର୍ଘଦିନ ଧରି ବଳ ବତ୍ତର ରହିଛି ।

ନିଲାମ ଅବଧି ଶେଷ ହୋଇଥିବା ବେଳେ କାହିଁକି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅବଢ଼ା ବିକ୍ରି କରିବା ପାଇଁ ସଯୋଗ ଦିଆ ଯାଇଛି ବୋଲି ପ୍ରଶ୍ନ ଉଠିଛି । ଉକ୍ତ ବ୍ୟକ୍ତି ଅବଢ଼ା ପାଇଁ ବିମଳା ମନ୍ଦିରକୁ ଦଖଲ ରଖିଥିବା ବେଳେ ଦେବୋତ୍ତର ବିଭାଗ ଏହାକୁ ସହଯୋଗ କରି ଆସୁଛି । ଅବଢ଼ା ବଦଳରେ ଜଗନ୍ନାଥ ମନ୍ଦିରକୁ ହୋଟେଲରେ ପରିଣତ କରାଇଥିବା ଅଭିଯୋଗ ହୋଇଛି । ଏହା ସହିତ ଜଗନ୍ନାଥ ମନ୍ଦିରର ନୂଆ ନିଯୁକ୍ତି ପାଇଥିବା ବଡ଼ ପଣ୍ଡାଙ୍କୁ ବେଶ ଏବଂ ପୂଜା ଆସୁନଥିବା ବେଳେ କିଭଳି ନିଯୁକ୍ତି ଦିଆ ଯାଇଛି ବୋଲି ଭକ୍ତମାନେ ପ୍ରଶ୍ନ ଉଠାଇଛନ୍ତି । ମନ୍ଦିରରେ ପତାକା ଝୁଲିବାରେ ଭୁଲ କରାଯାଇଥିବା ବେଳେ ନୀତି କାନ୍ତିରେ ମଧ୍ୟ ବିଭ୍ରାଟସୃଷ୍ଟି ହୋଇଛି, ଏହା ସହିତ ଗତବର୍ଷ ରୁ ଗଛିତ ଥିବା ରଥ କାଠ କୁ କିଛି କର୍ମଚାରୀ ଙ୍କ ସହଯୋଗ ରେ ଚୋରି କରାଯାଇଥିବା ବେଳେ ଦେବୋତର ବିଭାଗ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି,

ମନ୍ଦିର ପରିଚାଳନା ଦାୟିତ୍ୱ ରେ ରହିଥିବା ସୁପରଭାଇଜର ନକୁଳ ସାହୁଙ୍କ ପ୍ରତି ସେବାସୀ ଏବଂ ଭକ୍ତ ମାନେ ସିଧା ସଳଖ ଆଙ୍ଗୁଠି ଉଠାଇଥିବା ଦେଖା ଯାଇଛି, ସନ୍ଧ୍ୟା ରୁ ମନ୍ଦିର ମୁଖ୍ୟ ଫାଟକ ରେ ତାଲା ପକାଇ ସେବାସୀ ଓ ଭକ୍ତ ମାନେ ଧାରଣା ଦେଇ ଛନ୍ତି, ଦେବୋତର ବିଭାଗ ପକ୍ଷରୁ ତରବରିଆ ଭାବେ ଶରଣକୂଳ ଲଡ଼ୁବାବା ମନ୍ଦିର ସୁପର ଭାଇଜର ଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇ ଧାରଣା ସ୍ଥଳକୁ ପଠା ଯାଇଥିବା ବେଳେ ଭକ୍ତ ମାନେ ଜିଦ ରେ ଅଟଳ ରହିଛନ୍ତି,

ଅବଢ଼ା ପ୍ରସ୍ତୁତ କାରି ଙ୍କୁ ସେଠାରୁ ଉଛେଦ କରାଯିବା ଏବଂ ସମସ୍ତ ସମସ୍ୟା ର ସମାଧାନ କରିବାକୁ ଦାବି କରିଛନ୍ତି, ଭକ୍ତ ଓ ସେବାସୀ ମାନେ ମନ୍ଦିର ବାହାରେ ନାମ ସଂକୀର୍ତନ କରିଥିବା ବେଳେ ମନ୍ଦିର ଭିତରେ ନୀତିକାନ୍ତି ଚାଲୁ ରହିଥିବା ବେଳେ ମୁଖ୍ୟ ଫାଟକ ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା