ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ସହ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ସୂଚନା ଅନୁସାରେ ମଧୁକେଶ ସରକାରୀ ଉଚ୍ଚ ବିଦ୍ୟାଳୟ ନାଗ ମୁଣ୍ଡଳୀ ପରିସର ରେ ମଧୁକେଶ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସହଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଛି, ଏହି ଅବସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ ପୃଷ୍ଟି ଙ୍କ ସଭାପତି ତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ନିମେଇ ଚରଣ ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ବାର୍ଷିକ ଉତ୍ସବ କୁ ଉଦଘାଟନ କରିଥିଲେ,ଏଥି ସହିତ ସଂମ୍ମାନିତ ଅତିଥି ଭାବେ ବିଷ୍ଣୁ ଚରଣ ଗୁରୁ ଓ ମୋ ସ୍କୁଲ ସଭାପତି ଅଶୋକ ପଟ୍ଟନାୟକ, ଗ୍ରାମ୍ୟ ସଭାପତି ରମେଶ ପ୍ରଧାନ, ସିଅlରସିସି ଲକ୍ଷ୍ମୀଧର ପ୍ରଧାନ, smc ର ସଭାପତି ଶାନ୍ତି ପ୍ରିୟା ବରାଡ଼ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ, ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ଅବସର ପ୍ରାପ୍ତ ଶିକ୍ଷକ ଆର୍ତ୍ତବନ୍ଧୁ ସ୍ୱାଇଁ, କବିରାଜ ପରିଡା,ଦିବାକର ନାୟକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ବିଭିର୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା,ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ମଧୁକେଶ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ଥିବା ବେଳେ କାଳିକା ପ୍ରସାଦ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ,ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବେଶ ଉତ୍ସାହଦେଖିବାକୁମିଳିଥିଲା,

You might also like