ସୂଚନା ଅନୁସାରେ ବାରମାସି ଲେନ କଲ୍ୟାଣ ମଣ୍ଡପ ଠାରେ ଆଜି 11ଘଟିକା ସମୟ ରେ ଅବସର ପ୍ରାପ୍ତ ପୋଲିସ ଅଫିସର ଙ୍କ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି, ଏଥି ସହ ଗଣେଶ ଚନ୍ଦ୍ର ରଥ ଙ୍କ ଅବାହକତ୍ୱ ରେ ଅବସର ପ୍ରାପ୍ତ ପୋଲିସ ଅଫିସର ମାନଂକୁ ଏକତ୍ରିତ କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଉକ୍ତ ବୈଠକ ରେ ନୟାଗଡ଼ ଜିଲ୍ଲା ର ଏକ ଅବସର ପ୍ରାପ୍ତ ପୋଲିସ ଅଫିସର ଙ୍କ ପାଇଁକଲ୍ୟାଣ ସଙ୍ଘ କରିବା ନିମନ୍ତେ ସର୍ବ ସନ୍ନମତି କ୍ରମେ ସ୍ଥିରକରାଯାଇଥିଲା,ଉକ୍ତ ସଙ୍ଘ ର ନାମ ଅବସର ପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ସଙ୍ଘ ନୟାଗଡ଼ ରଖିବା ପାଇଁ ସ୍ଥିର କରାଗଲା,
ବୈଠକ ରେ କିଶୋର ଚନ୍ଦ୍ର ଶତପଥି ସଭାପତିତ୍ବ କରିଥିଲେ, ସଙ୍ଘ ର ସୁପରିଚାଳନା ନିମନ୍ତେ ନିମ୍ନ ଲିଖିତ କମିଟି ସର୍ବ ସଂମ୍ମତି କ୍ରମେ ମନୋନୀତ କରାଗଲା, ସଭାପତି ଭାବେ ଗୋପାଳ ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ଭାବେ କିଶୋର ଚନ୍ଦ୍ର ଶତପଥି, ଉପ ସଭାପତି ରମେଶ ଚନ୍ଦ୍ର ରଥ, ସମ୍ପାଦକ ପ୍ରମୋଦକୁମାର ପଟ୍ଟନାୟକ, ସହ ସମ୍ପାଦକ ଅଚୁତା ନନ୍ଦ ନାୟକ, ଉପଦେଷ୍ଟା ଭାବେ ଅନ୍ତର୍ଯ୍ୟାମୀ ମହାନ୍ତି, ଅଭିମନ୍ୟୁ ପରିଡା, ଦିଲୀପ କୁମାର ଜେନା, ମନୋନୀତ ହୋଇଛନ୍ତି, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ପୁର୍ଣଚନ୍ଦ୍ର ବରାଳ, ଓ ପ୍ରମୋଦ କୁମାର ସାହୁ ଙ୍କୁ ସର୍ବ ସଂମ୍ମତି କ୍ରମେ ମନୋନୀତ କରା ଯାଇଥିଲା, ଓ ଅଧିକ ନୂତନ ସଦସ୍ୟ ଗ୍ରହଣ ଓ ସଂଗ୍ରହ କରିବା ପାଇଁ ବୈଠକ ରେ ସ୍ଥିର କରା ଯାଇଥିଲା