Skip to content

ଅରୁଣ ଭରିଲେ ପ୍ରାଥୀପତ୍ର, ଜନ ସମୁଦ୍ର ପରି ମାଡି ଆସିଲେ ଜନତା, ଶଙ୍ଖ ମୟ ନୟାଗଡ଼ ସହର

ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ଡ଼ ଅରୁଣ କୁମାରସାହୁ, ବିଜୁ ଜନତା ଦଳ କାର୍ଯ୍ୟା ଳୟ ଠାରୁ କର୍ମୀ ମାନଙ୍କ ସହିତ ଶୋଭା ଯାତ୍ରା ଆସି ବା ସହିତ ଶକ୍ତି ପ୍ରଦର୍ଶନ କରି ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ରେ ପ୍ରାଥୀ ପତ୍ର ଦାଖଲ କରିଛନ୍ତି, ନୟାଗଡ଼ ବ୍ଳକ ର 29ଗୋଟି ପଞ୍ଚାୟତ, ନୟାଗଡ଼ ପୌରଞ୍ଚଳ, ଓଡଗାଁ ବ୍ଳକ ଓ ଓଡ଼ଗାଁ ଏନଏସି ର ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ,ଏଥିପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଥିବା ବେଳେ ଛାତ୍ର, ଯୁବ, ମହିଳା ଓ ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ସବୁ ବର୍ଗ ବ୍ୟକ୍ତି ସାମିଲ ହୋଇଥିଲେ,

ଅରୁଣ ଙ୍କ ପ୍ରାଥୀ ପତ୍ର ଦାଖଲ ପାଇଁ 25ହଜାର ରୁ ଉର୍ଦ୍ଧ ନେତା କର୍ମୀ ସାମିଲ ହୋଇଥିବା ବେଳେ ଜନ ସମୁଦ୍ର ପରି ନୟାଗଡ଼ ଦଳୀୟ କାର୍ଯ୍ୟା ଳୟ ଠାରୁ ମାଡି ଆସୁଥିବା ବେଳେ ଶଙ୍ଖ ମୟ ହୋଇଥିଲା ନୟାଗଡ଼ସହର, ବିଧାୟକ ଡ଼ ଅରୁଣ କୁମାର ସାହୁ ଜିଲ୍ଲା ପାଳଙ୍କ କାର୍ଯ୍ୟା ଳୟ ରେ ପହଂଚି ରିଟର୍ନିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ କର୍ଣ ଦେବ ସମାଦାର ଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ,ଆଜିର କାର୍ଯ୍ୟକ୍ରମ ରେପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ଜିଲାପରିଷଦ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ,

ଓଡ଼ଗାଁ ବ୍ଳକ ଅଧକ୍ଷ ଲୋକନାଥ ସାହୁ, ନୟାଗଡ଼ ଜିଲ୍ଲା ମହିଳା ବିଜୁ ଜନତାଦଳ ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସୁବାଷ କହଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, ଖିରୋଦ ମହାପାତ୍ର, ଝିଲ୍ଲୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ, ନୟାଗଡ଼ ପୌରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ, ଉପାଧକ୍ଷଗୁରୁପ୍ରସାଦ ଜେନା, ସମସ୍ତ କାଉନ ସିଲର, ଓ ସମସ୍ତ ଜନ ପ୍ରତିନିଧି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ, ଏହି ନାମାଙ୍କନ ପତ୍ର ଦାଖଲ ରେ 7ହଜାର ରୁ ଉର୍ଦ୍ଧ ମହିଳା ମାନଙ୍କ ର ଯୋଗ ଦାନ ରହିଥିଲା, ଅରୁଣ ସାହୁ ଜିନ୍ଦାବାଦ,ଅରୂପ ପଟ୍ଟନାୟକ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚି଼ହ୍ନ ଜିନ୍ଦାବାଦ, ଧ୍ଵନି ରେ ପ୍ରକମ୍ପିତ ହୋଇଥିଲା ନୟାଗଡ଼ ସହର, ବିରାଟ ଶକ୍ତି ପ୍ରଦର୍ଶନ କରିଛି ନୟାଗଡ଼ ବିଜେଡି

Ad 1