ଆଜି ପ୍ରକାଶ ପାଇବ ବହୁ ଚର୍ଚ୍ଚିତ ନୟାଗଡ ସଦରଥାନା ଯଦୁପୁର ଗାଁର ନାବାଳିକା ହତ୍ୟାକାଣ୍ଡ ମାମଲାର ରାୟ । ନୟାଗଡ ସ୍ଵତନ୍ତ୍ର ଚିଲଡ୍ରେନ୍ କୋର୍ଟରେ ଏହି ରାୟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।ନୟାଗଡ ସଦର ଥାନା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅର୍ଗତ ଯଦୁପୁର ଗାଁର ୬ ବର୍ଷର ନାବାଳିକା ଝିଅ ଜୁଲାଇ ୧୪ ତାରିଖ ୨୦୨୦ ଦିନ ଘର ଆଗରେ ଖେଳୁଥିବା ସମୟରେ ହଠାତ୍ କେଉଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ନପାଇବାପରେ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ । ପରେ ସେହିମାସ ୨୩ ତାରିଖ ଦିନ ତାଙ୍କ ଘର ବାଡିପଟ ନିକଟରେ ଥିବା ଗାଡିଆ ନିକଟରୁ ବସ୍ତାରେ ବନ୍ଧା ଅବସ୍ଥାରେ ଝିଅର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ମିଳିଥିଲା ।
ପୂର୍ବ ଶତୃତା କାରଣରୁ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ନାବାଳିକାର ବାପା ଅଭିଯୋଗ କରିବା ସହ ଦୋଷୀଙ୍କୁ ଧରି କଠୋର ଦଣ୍ଡ ଦେବାକୁ ସେ ଦାବି କରିଥିଲେ ଏହାପରେ ରାଜ୍ୟ ସରକାର ନଭେମ୍ବର ୨୫ ତାରିଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ପରେ ବିରୋଧୀଙ୍କ ଦାବି ପରେ ୨୮ ତାରିଖରେ ସରକାର ଏସ୍.ଆଇ.ଟି ତଦ ନିର୍ଦ୍ଦଶେ ଦେଇଥିଲେ ।ଏହି ମାମଲାରେ ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ କିଛି ସମୟ ପରେ ହାଜର କରାଯିବ ବୋଲି ତାଙ୍କ ଓକିଲ ସୂଚନା ଦେଇଛି ।