Skip to content

ଆଜି ବିଶ୍ୱ ଧରିତ୍ରୀ ଦିବସ

ଧରିତ୍ରୀ ମା’ର ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ସାରା ବିଶ୍ୱରେ ଆଜି ପବିତ୍ର ଧରିତ୍ରୀ ଦିବସ ପାଳିତ ହେଉ ଅଛି। ଏ ଅବସରରେ ନୟାଗଡ଼ ଜିଲ୍ଲା କୁରାଳ ଗ୍ରାମର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅରୋମିରା ଟ୍ରଷ୍ଟ ତରଫରୁ ଧରିତ୍ରୀ ଦିବସ ପାଳନ କରାଯାଇଛି।

ଟ୍ରଷ୍ଟ ପରିଚାଳକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କ ମାର୍ଗ ଦର୍ଶନରେ ଶାଳ ବଣ ସୁରକ୍ଷା ସମିତି ଏବଂ ପଞ୍ଚୁପାଣ୍ଡବ ସୁରକ୍ଷା ମଞ୍ଚ ସହାୟତାରେ ଓଡଗାଁ ବନାଞ୍ଚଳ ଅଧିନସ୍ଥ ବାହାଡାଝୋଲା ରିଜର୍ଭ ଶାଳ ବଣକୁ ଘେରି ରହିଥିବା ଗ୍ରାମ ସମୂହ ଏବଂ ଓଡଗାଁ ବନାଞ୍ଚଳ ଓ ବୁଗୁଡ଼ା ବନାଞ୍ଚଳ ଅଧିନସ୍ଥ ପଞ୍ଚୁପାଣ୍ଡବ ପାହାଡକୁ ଘେରି ରହିଥିବା ନୟାଗଡ଼ ତଥା ଗଞ୍ଜାମ ଜିଲ୍ଲାର ୧୫ ଟି ଗ୍ରାମରେ ଧରିତ୍ରୀ ମାତାଙ୍କ ବିଧିବଦ୍ଧ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Ad 1