କେନ୍ଦ୍ର ସରକାରଙ୍କ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ ପକ୍ଷରୁ ନୀଳମାଧବ କଲ୍ୟାଣ ମଣ୍ଡପ ରେ ଆଞ୍ଚଳିକ ଗଣମାଧ୍ଯମ କର୍ମଶାଳା ‘ବାର୍ତ୍ତାଳାପ ‘ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଇନଫର୍ମେସନ୍ ଆଣ୍ଡ ବ୍ୟୁରୋ ରାଜ୍ୟ ଅଞ୍ଚଳ ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର୍ ଜେନେରାଲ ଅଖିଳ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଅଧ୍ଯକ୍ଷତା କରିଥିଲେ । ଏହି କର୍ମଶାଳାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରାଯିବା ସହ ଡାକ ବିଭାଗର ଭୂମିକା ଉପରେ ବିଶେଷ ଆଲୋଚନା ହୋଇଥିଲା । ଜଣେ ସରକାରୀ ଅଧିକାରୀ କୌଣସି ସ୍ଥାନରେ କାର୍ଯ୍ୟ କରେ ଯୋଗଦେବା ପୂର୍ବରୁ ସେଠାକାର ସାମ୍ବାଦିକ କିଭଳି ବୋଲି ବୁଝିଥାନ୍ତି ବୋଲି ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ବକ୍ତବ୍ୟ ରଖିଥିଲେ ।ଡ଼ାକ ବିଭାଗ ଅଧିନରେ ଜିଲ୍ଲାରେ ୨୨୮ଟି ଡ଼ାକ କାର୍ଯ୍ୟାପଳୟ ରହିଛି । ଆର୍ଥିକ କାରବାର ବୃଦ୍ଧି କରିବା ଦିଗରେ ଉପାନ୍ତ ଅଞ୍ଚଳରେ କାର୍ଯ୍ୟାଳୟ ଖୋଲାଯାଇଥିବା ନୟାଗଡ଼ ଡ଼ାକ ବିଭାଗ ଅଧୀକ୍ଷକ ଖଗେଶ୍ୱର ମଲ୍ଲିକ କହିଛନ୍ତି ।
ଡାକ ବିଭାଗରେ ଜିଲ୍ଲାର ୩ ଲକ୍ଷ ୩୯ହଜାର ୪୧୭ ଜଣ ଖାତା ଧାରୀ ଯୋଡ଼ି ହୋଇଛନ୍ତି । ଜିଲ୍ଲା ଶିଳ୍ପ ଅଧିକାରୀ ତ୍ରିଲୋଚନ ବେହେରା ବିଶ୍ଵକର୍ମା ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ । ୨୦୨୩ରୁ ବିଶ୍ଵକର୍ମା ଯୋଜନା ଆରମ୍ଭ ହୋଇଥିବା ବେଳେ ଏଥିପାଇଁ କାରିଗରଙ୍କୁ ଚୟନ କରାଯାଇଛି ।
ମାଛ ଧରା ଜାଲ ବୁଣା କାର, କୁମ୍ଭାର,ମୂର୍ତ୍ତିକାର, ମୋଚି, ପାରମ୍ପରିକ ଖେଳନା ନିର୍ମାତା ପ୍ରମୁଖ ୧୮ ପ୍ରକାର କାରିଗର ଏଥିପାଇଁ ଅବେଦନ କରିପାରିବେ ବୋଲି କହିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟନ କ୍ରମକୁ ପରିଚାଳନା କରିଥିବା ବେଳେ ଭୁବନେଶ୍ଵର ପିଆଇବି ଡେପୁଟି ଡାଇରେକ୍ଟର ମନୋଜ କୁମାର ଜାଲି ଧନ୍ୟବାଦ ଦେଇଥିଲେ । ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ଏହି ବୈଠକରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର,ଶ୍ରୀକାନ୍ତ ଖଟେଇ,ଲୋକନାଥ ମିଶ୍ର,ଅନୀଲ କୁମାର ପଣ୍ଡା, ଉଦିତ ନାରାୟଣ ଦାସ, ରାମକୃଷ୍ଣ ରଥ, ସୁବାଷ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।