ଖଣ୍ଡପଡା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ର 41ତମ ପ୍ରତିଷ୍ଠା ଦିବସ ସଙ୍ଘ କାର୍ଯ୍ୟାଳୟ ପରିସର ରେ ଶୁକ୍ରବାର ଅନୁଷ୍ଠିତ ହୋଇଛି, ସଙ୍ଘ ସଭାପତି ବିନାୟକ ମିଶ୍ର ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ ଓ ସଂମ୍ମାନିତ ଅତିଥିଭାବେ ଖଣ୍ଡପଡ଼ା ବିଡ଼ିଓ ଅଂକୁର ଅଭିଳାଷ, ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠୀ, ସାଂସଦ ଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିୟାରସିଂ, ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ର ଉର୍ନତି କାମନା କରିଥିଲେ, କର୍ତ୍ତବ୍ୟ ରତ ଖବରଦାତା ମାନଙ୍କ ବିଭିର୍ନ ସମସ୍ୟା ସମ୍ପର୍କ ରେ ସଙ୍ଘ ର ସଦସ୍ୟ ମାନେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ,

ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଙ୍ଘ ର ଉର୍ନତି କରଣ ନିମନ୍ତେ ବିଧାୟକ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇ ଥିଲେ, ସଙ୍ଘ ର ସମସ୍ତ ସଦସ୍ୟ ବିଧାୟକ ଙ୍କ ପ୍ରସ୍ତାବ କୁ ସ୍ୱାଗତକରିଥିଲେ, ସଙ୍ଘ ପକ୍ଷରୁ ଭବାନି ଶଙ୍କର ମହାନ୍ତି, ଓ ରଂଜନ ମହାପାତ୍ର, ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ,

ଖବରଦାତା ମାନେ ସର୍ବଦା ଠିକ ତଥ୍ୟ ଭିତିକ, ନିର୍ଭିକ ଓ ନିରପେକ୍ଷ ଖବର ପରିବେଷଣ ପ୍ରତି ଗୁରୁତ୍ୱ ଦେଇ ଗଣତନ୍ତ୍ର ଚତୃର୍ଥ ସ୍ତମ୍ଭ ସାମ୍ବାଦିକତା ର ମର୍ଯ୍ୟାଦା ଅକ୍ଷୁର୍ଣ ରହିବବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ, ଆଞ୍ଚଳିକ ସାମ୍ବାଦିକ ସଙ୍ଘ ର ସମ୍ପାଦକ ଭବାନୀ ଶଙ୍କର ସିଂ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମ ରେ ଖଣ୍ଡପଡ଼ା, କଣ୍ଟିଲୋ, ଭାପୁର, ଓ ନୟାଗଡ ଅଞ୍ଚଳ ର ରେ କାର୍ଯ୍ୟରତ 40ରୁ ଉର୍ଦ୍ଧ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଥିଲେ