ଆଦର୍ଶପ୍ରଧାନ ଶିକ୍ଷକ ଙ୍କୁ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଅବସର କାଳୀନ ସମ୍ବର୍ଦ୍ଧନା

ସୂଚନା ଅନୁସାରେ ଆଜି 12ଘଟିକା ସମୟ ରେ ନୟାଗଡ଼ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ନିରଞ୍ଜନ ଷଡ଼ଙ୍ଗୀଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି। ଏଥିରେ ମୁଖ୍ୟ ଅତିଥି ରୁପେ ନୟାଗଡ଼ ଜିଲା ସାମ୍ବାଦିକ ସଙ୍ଘର ଜିଲା ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ଯୋଗ ଦେଇ ଅବସର ନେଇଥିବା ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ପ୍ରଦୀପ କୁମାର ପଣ୍ଡା , ବିପିନ ବିହାରୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ଶର୍ମିଷ୍ଠା ସାମନ୍ତରାୟ ଓ ଉପ ସଭାପତି ଜିତୁନ ମହାପାତ୍ର, କାଉନସିଲର କିଶନ ଦାସ, ରାଜକୁମାର ସାହୁ ଓ ଲକ୍ଷ୍ମୀଧର ମହାପାତ୍ର,

ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ବାଳକୃଷ୍ଣ ମହାରଣା, ଶିକ୍ଷୟତ୍ରୀ ସ୍ମୃତିଧାରା ମିଶ୍ର , ସ୍ନେହାଞ୍ଜଳି ସିଂଦେଓ, ସିଆରସିସି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଲଷ୍ମୀପ୍ରିୟା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେଶିକ୍ଷକ ପ୍ରଦୀପକୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଶୈଳବାଳା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ

You might also like