ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପଠାଣିସାମନ୍ତ ଅଡ଼ିଟୋରିଅମ ରେ ପାଳିତ,

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପଠାଣି ସାମନ୍ତ ଅଡ଼ି ଟୋରିଅମ ରେ 11ଘଟିକା ସମୟ ରେ ପାଳିତ ହୋଇଛି,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଜିଲ୍ଲା ପରିଷଦ ଅଧକ୍ଷ ଇ ଦେବାଶିଷ ପଟ୍ଟନାୟକ,, ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ ଉପସ୍ଥିତ ଥିବା ବେଳେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ,, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ଉପସ୍ଥିତ ଥିଲେ

,ସ୍ୱlଧିନତା ସଂଗ୍ରାମୀ ଙ୍କୁ ସମ୍ବର୍ଧିତ କରାଯାଇଥିବା ବେଳେ ବରିଷ୍ଠ ନାଗରିକ ଙ୍କ ଅଭିଜ୍ଞତା ନୂଆ ପିଢ଼ି ପାଇଁ ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ,ତତ ସହିତ ଜିଲ୍ଲା ପରିଷଦ ଅଧକ୍ଷ ନିଜର ସୁ ବକ୍ତବ୍ୟ ରଖିଥିବା ବେଳେ ଖଣ୍ଡପଡ଼ା ବିଧାୟକ ଆମେ ଆପଣଙ୍କ ପୁଅ, ସଦା ସର୍ବଦା ସାଙ୍ଗରେ ଅଛୁ ବୋଲି କହିଥିଲେ, ଏପଟେ ନୟାଗଡ଼ ବିଧାୟକ ସମାଜ ବଢ଼ି ବା ବେଳକୁ ବରିଷ୍ଠ ନାଗରୀକ ଙ୍କ ପ୍ରତି ସମାଜ ସଂକୁଚିତ ହେଉଛି କହି ସମୟ କୁ ନିୟନ୍ତ୍ରଣ କରିବା ଏହାର ସଚେତନତା ଆବଶ୍ୟକ ବୋଲି କହିଥିଲେ, ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ପ୍ରମୋଦ ପଟ୍ଟନାୟକ ଅଭିଭାଷଣ ରଖିଥିଲେ,ଏଥି ସହିତ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଙ୍କସହ ଅନେକ ବରିଷ୍ଠ ନାଗରିକ ଯୋଗ ଦେଇ ଥିଲେ

,

You might also like