ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଆଜି ମଧ୍ୟାହ୍ନ ଘ.୧୨.୩୦ମିନିଟ ସମୟରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଜିଲ୍ଲା ସ୍ତରରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଭା.ପ୍ର.ସେ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଠ ନାଗରିକମାନଙ୍କୁ ସ୍ଵାଗତ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୧ ତାରିଖରେ ଜିଲ୍ଲାସ୍ତରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ ।ଏହି ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ସହ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଯୋଗ ଶିବିର, ସ୍ୱାସ୍ଥ୍ୟ ଶିବିର ଇତ୍ୟାତି ଆୟୋଜନ କରାଯିବ । ପ୍ରତ୍ୟେକ ବ୍ଲକ ରୁ ବରିଷ୍ଠ ନାଗରିକମାନଙ୍କୁ ଏହି ଶିବିରକୁ ଆଣିବା ପାଇଁ ଗାଡ଼ି ର ବ୍ୟବସ୍ଥା କରାଯିବ । ବରିଷ୍ଠ ନାଗରିକମାନଙ୍କର ବିଚାରାଧିନ ଥିବା ପରିଚୟ ପତ୍ର ଗୁଡିକୁ ଏହି କାର୍ଯ୍ୟକ୍ରମରେ ଦେବାପାଇଁ ଜିଲ୍ଲାପାଳ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟ କ୍ରମ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ କିମ୍ବା ନିଜ ମାଧବ କଲ୍ୟାଣ ମଣ୍ଡପରେ ସ୍ଥିତି ଦେଖି ସ୍ଥିର କରାଯିବ ।ଏହି ବୈଠକରେ ୧୯ଟି ବରିଷ୍ଠ ନାଗରିକ ଫୋରମର କର୍ମକର୍ତ୍ତା, ୩ଟି କରା ନିବାସ ଯଥା- ନିଶ୍ଵ ଖଣ୍ଡପଡ଼ା, ଅନାଥ ପରିତ୍ୟକ୍ତ ବାଳା ଶ୍ରମ ରଣପୁର, ସମର୍ପଣ ନୟାଗଡ଼, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସନାତନ କାଲୋ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କାମ ଦେବ ନାୟକ, ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ସୁରୋନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତଥିଲେ ।

You might also like