ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୩ ପାଳନ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର ନାଥ ସାହୁ ଙ୍କ ଅଧ୍ଯକ୍ଷତାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୩ ପାଳନ ନିମନ୍ତେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି । ଏହା ୨,-୧୨-,୨୦୨୩ ରିଖ ଦିନ ସକାଳ ୭ଟା ୩୦ ମିନିଟ ସମୟରେ ସମସ୍ତ ଭିନ୍ନକ୍ଷମ ସ୍କୁଲର ଛାତ୍ର ଛାତ୍ରୀ ଅନନ୍ୟ କର୍ମଚାରୀ ମାନଙ୍କୁ ନେଇ ଜଗନ୍ନାଥ ମନ୍ଦିର ଠାରୁ ଦକ୍ଷିଣକାଳୀ ପଡ଼ିଆ ପର୍ଯ୍ୟନ୍ତ ଏକ ସଚେତନା ରାଲୀ କରାଯିବା ନେଇ ସ୍ଥିର ହୋଇଛି । ପରେ ପରେ ଏଠାରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳ କୁଦ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଏଥିରେ କୃତ୍ତି ପ୍ରତିଯୋଗ ମାନଙ୍କୁ ମୁଖ୍ୟ ଅତିଥି ଦ୍ଵାରା ପୁରସ୍କାର ବିତରଣ କରାଯିବ । ନୟାଗଡ ଜିଲ୍ଲାର ଗୋଟି ଦିବ୍ୟଙ୍କ ବିଦ୍ୟାଳୟ ଓ ସର୍ବଶିକ୍ଷା ଅଭିଜାନ ଦ୍ଵାରା ପରିଚାଳିତ ବିଦ୍ୟାଳୟ ମାନଙ୍କରୁ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ମାନେ ଭାଗନେଇପାରିବେ । ପ୍ରତିଯୋଗୀତା ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟରୁ 3 ଜଣ ଲେଖାଏଁ ଭାଗ ନେଇପାରିବେ ଏହି ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀଶ୍ରୀ ସୁରେନ୍ଦ୍ର କୁମାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ପୌର ପରିଷଦ ସୁଶ୍ରୀ ସ୍ଵାତି ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ସୁଜାତା ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, କାମ ଦେବ ନାୟକ,, ସମାଜ ସେବୀ ଅରୁଣ କୁମାର ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର,, ସମସ୍ତ ଦିବ୍ୟାଙ୍ଗ ଅନୁଷ୍ଠାନ, ଓ ବିଦ୍ୟାଳୟ ର କର୍ମ କର୍ତା ଓ ଆଇଡି କୋଅଡ଼ିନେଟର, ଶ୍ରୀ ରଙ୍କନାଥ ସାହୁ, ଏବଂ ସାମାଜିକ ସୁରକ୍ଷା ବିଭାଗ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ,

You might also like