ନୟାଗଡ଼ ତହସିଲ କାର୍ଯ୍ୟା ଳୟ ପରିସରରେ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ଆନ୍ଦୋଳନ କୁ ଓଲ୍ହାଇ ଛନ୍ତି,ରାଜ୍ୟ ଅଧିକାରୀସଙ୍ଘ ର ଡାକେରା ରେ ଅଧିକାରୀ ଓ କର୍ମଚାରୀମାନେ ଆନ୍ଦୋଳନ ଚଲାଇଛନ୍ତି,ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ବିଭିର୍ନ ଲୋକାଭିମୁଖି ଓ ଉର୍ଣ୍ଣୟନ ଯୋଜନା ଗୁଡିକ ସଫଳ ରୂପାୟନ କ୍ଷେତ୍ର ରେ ରାଜସ୍ୱ କ୍ଷେତ୍ର ଅଧିକାରୀ ମାନେ ଜୋରଦାର ପରିଶ୍ରମ କରୁଛନ୍ତି, ମାତ୍ର ସଙ୍ଘ ପକ୍ଷରୁ ବାରମ୍ବାର କରାଯାଉଥିବା ଦାବି ଗୁଡିକୁ ସରକାର ଅଣଦେଖା କରୁଥିବାରୁ ରାଜସ୍ୱ କ୍ଷେତ୍ର ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହେଇ ଯାଉଛି,
ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନଃଗଠନ,2006ଜାନୁଆରୀ ରୁ ରାଜସ୍ୱ ସୁପର ଭାଇଜର, ରାଜସ୍ୱ ନିରୀକ୍ଷକ ଓ ସରକାରୀ ରାଜସ୍ୱ ନିରୀକ୍ଷକ ଙ୍କ ବେତନ ସ୍କେଲ ରେ ବୃଦ୍ଧି,ଆଉଟସୋର୍ସିଙ୍ଗ ମାଧ୍ୟମ ରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ ଡି ପଦ ପୂରଣ, ସରକାରୀ ରାଜସ୍ୱ ନିରୀକ୍ଷଙ୍କ ର ବେତନ ଓଆରଏସପି ର ସ୍ତର -ବି ଓ 90ଭାଗ ରାଜସ୍ୱ ନିରୀକ୍ଷକ ପୋଷ୍ଟ ପଦୋନତି, କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କୃଷି ବିଭାଗ କୁ ସ୍ଥାନାନ୍ତର, ଆଦି ଦାବି ଉପସ୍ଥାପନ କରାଯାଇଛି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ