ଆମରଣ ଅନଶନ ରେ ଅବସର ପ୍ରାପ୍ତ ସିଭିଲ କୋଟ ଅମିନ କମିଶନର ସିମାଞ୍ଚଳ ତ୍ରିପାଠୀ

ନୟାଗଡ଼ ଠାରୁ କଇଁଥିଗାଡ଼ିଆ ଯାଇଥିବା ପକ୍କା ସଡ଼କ କୁ ଲାଗିଥିବା ନୟାଗଡ଼ ଆଇଟି ଆଇ କୁ ଲାଗି ଥିବା ସରକାରୀ ଜାଗା ରେ ସର୍ବ ସାଧାରଣ ଙ୍କ ଉର୍ନତି ନିମନ୍ତେ ସିଭିଲ କୋଟ ଅମିନ କମିସନର ସିମାଞ୍ଚଳ ତ୍ରିପାଠୀ ମୌଳିକ ଦାବି ରଖି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରୀ ରଖି ଛନ୍ତି, ସୂଚନା ଅନୁସାରେ କଇଁଥି ଗାଡ଼ିଆ ଆଇଟି ଆଇ କୁ ଲାଗି ଥିବା ସରକାରୀ ଜାଗା ରେ ବସ ଷ୍ଟାଣ୍ଡ ପାଇଁ ସିମେଣ୍ଟ ଚୌକି, ର ବ୍ୟବସ୍ଥା, ସର୍ବ ସାଧାରଣ ପରିସ୍ରା ଗାର, ଗୋଟିଏ ଠାକୁରାଣୀ ମନ୍ଦିର, ଓ ଗୋଟିଏ କ୍ଳବ ଘର, ପାରିବା ବିକ୍ରି କରିବା ପାଇଁ ସିମେଣ୍ଟ ପିଣ୍ଡି ନିର୍ମାଣ କରିବା ଦାବିରେ ଉପରିସ୍ଥ ଅଧିକାରୀ ଙ୍କୁ ଲିଖିତ ଭାବେ ଜଣାଇ ଦୃଷ୍ଟି ଗୋଚର କରି ଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ମୌଳିକ ଦାବି ପୂରଣ ନିମନ୍ତେ ତଥାଦାବି ନେଇ ହଜାର,

ହଜାର ସର୍ବସାଧାରଣ ଅସୁବିଧା ର ସମ୍ମୁଖିନ ହେଉଥିବା ଓ ବର୍ତ୍ତମାନ ସୁଦ୍ଧା ମୌଳିକ ଦାବି ପୂରଣ ହୋଇ ନଥିବାରୁ ହଜାର ହଜାର ନାଗରିକ ତଥା ସେଠାକାର ବାସିନ୍ଦା ମାନେ ଅସୁବିଧା ସମ୍ମୁଖୀନ ହୋଇ ସୁବିଧା ରୁ ବଞ୍ଚିତ ହେଇଥିବାରୁ, ଗାନ୍ଧିଜୀ ଙ୍କ ନୀତି କୁ ଅନୁସରଣ କରି ଅବସରପ୍ରାପ୍ତ ସିଭିଲ କୋଟ ଅମିନ କମିଶନର ସିମାଞ୍ଚଳ ତ୍ରିପାଠୀ, ଏହି ଦାବିଗୁଡିକୁ ଥାନା, ତହସିଲଦାର,ବିଡ଼ିଓ,,5ଟି ସଚିବଓ ପୌର ପରିଷଦ ଅଧକ୍ଷ, ତଥା ନିର୍ବାହୀ ଅଧିକାରୀ ପୌରପରିଷଦ,

13, ନମ୍ବର ଓ 16ନମ୍ବର କାଉନ ସିଲର ଙ୍କୁ ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିବାରୁ ଏ ଦାବି ପୂରଣ କରିବା ନିମନ୍ତେ ଦାବି ନେଇ ନୟାଗଡ଼ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଆମରଣ ଅନସନ ଜାରୀ ରଖିଛନ୍ତି, ତାଙ୍କ ଦାବି କୁ କେହି କର୍ଣ୍ଣାପାତ କରିନଥିବା ବେଳେ ଜିଲ୍ଲା ପାଳ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଦେଖିବାକୁ ବାକିରହିଲା

You might also like