Skip to content

ଆମ୍ବେଦକର ଙ୍କ 133ତମ ଜୟନ୍ତୀ ପାଳିତ

ନୟାଗଡ଼ ଜିଲାପାଳଙ୍କ ସଦଭାବନା ସଭାଗୃହ ରେ ଡ଼. ଭୀମ ରାଓ ଆମ୍ବେଦକର ଙ୍କ 133ତମ ଜୟନ୍ତୀ ପାଳିତ ହୋଇଛି, ନୟାଗଡ଼ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ଆବାହକତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ ଦେବ ସମାଦାର, ଯୋଗ ଦେଇ ଥିଲେ, ଆମ୍ବେଦକର ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପର୍ଣ କରାଯାଇଥିଲା,

ସାମାଜିକ ନ୍ୟାୟ ବ୍ୟବସ୍ଥା ପାଇଁ ଅନେକ ସଙ୍ଘର୍ଷ କରିଥିଲେ ଆମ୍ବେଦକର, ଅସ୍ପୃଶ୍ୟତା ଦୂର କରିବା ପାଇଁ ତାଙ୍କ ସଂଗ୍ରାମ ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ ବୋଲି ଉପ ଜିଲାପାଳ କହିଥିଲେ,ଏହି ଅବସରରେ ଓଡ଼ଗାଁ ମହାବିଦ୍ୟାଳୟ ରେ ପ୍ରାକ୍ତନ ଅଧକ୍ଷ ମହମଦ ଓମର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଲୋକ ନାଥ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ,

Ad 1