ଆରକ୍ଷୀ ପ୍ରଶିକ୍ଷଣ, ଦୀକ୍ଷାନ୍ତସମାରୋହ,446ଜଣ ପୋଲିସ କର୍ମଚାରୀ ପାସଆଉଟ

ପୋଲିସ ଟ୍ରେନିଂ ସ୍କୁଲ ଠାରେ 54ତମ ଆରକ୍ଷୀ ପ୍ରଶିକ୍ଷଣ ଦୀକ୍ଷାନ୍ତସମାରୋହ ଅନୁଷ୍ଠିତ, ସମାରୋହ ରେ ବିଜୁ ପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡେମୀର ଆରକ୍ଷୀ ମହାନିର୍ଦେଶକ ସାଇନଏସ ଯୋଗ ଦେଇ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ,ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଏସପି ରାହୁଲ ଜୈନ, ପିଟିଏସ ପ୍ରିନସିପାଲ ଭବେଶ କୁମାର ନାୟକ, ଉତ୍ସବ ରେ ଯୋଗ ଦେଇ ଥିଲେ,2023ମସିହା ମେ ମାସ ରେ ଏହି ପ୍ରଶିକ୍ଷଣ କେନ୍ଦ୍ର ରେ 450ଜଣ ନବ ନିଯୁକ୍ତ କନେଷ୍ଟବଳ ଟ୍ରେନିଂ ପାଇଁ ଯୋଗ ଦେଇ ଥିଲେ, ସେମାନଙ୍କ ମଧ୍ୟରୁ ଆଜି 446ଜଣ ଟ୍ରେନିଂ ଶେଷ କରିଛନ୍ତି,

ତାଲିମ ସମୟ ରେ ନୂତନ ସିଲାବସ ଅନୁଯାୟୀ ଅସ୍ତ୍ର ଶସ୍ତ୍ର ଚାଳନା,ଶାରୀରିକ ଶିକ୍ଷା,ଟ୍ରାଫିକ ନିୟନ୍ତ୍ରଣ,ଲାଠି ଚାଳନା ଲୌହ ବାଷ୍ପ ର ପ୍ରୟୋଗ,ଜନସାଧାରଣ ଙ୍କ ପ୍ରତି ପୋଲିସ ର ବ୍ୟବହାର,ଆଇନ ବିଷୟ ରେ ତାଲିମ ନେଇ ଛନ୍ତି,ବିଭିର୍ନ ଜିଲ୍ଲା ର କାର୍ଯ୍ୟ ରେ ଯୋଗ ଦେଇ ନିଜରକର୍ତ୍ତବ୍ୟ ସମ୍ପାଦନ କରିବେ, ପ୍ରଶିକ୍ଷଣ ନେଇ ଥିବା ପ୍ରଶିକ୍ଷାର୍ଥୀ ମାନେ ଏହି ବିଦ୍ୟାଳୟ ରେ ଆହରଣ କରିଥିବା ଜ୍ଞାନ କୁ ନିଜ ନିଜ କର୍ମକ୍ଷେତ୍ର ପ୍ରୟୋଗ କରି ନିଜକୁ ସମାଜ ର ମଙ୍ଗଳନିମନ୍ତେ ଉତ୍ସର୍ଗ କରିପାରିଲେ ଓଡିଶା ପୋଲିସ ର ଯଶ ବୃଦ୍ଧି ହେବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କକରିଛନ୍ତି,

ଦଳିତ ନିଷ୍ପେସିତ ଓ ଅସୁବିଧା ରେ ପଡ଼ିଥିବା ଲୋକ ଙ୍କ ପାଇଁ କାମ କରିବାପାଇଁ ଆହ୍ୱାନ ଦିଆ ଯାଇଛି, ତାଲିମ ସମୟରେ ଇଣ୍ଡୋର ଆଉଟ ଡୋର ଓ ବନ୍ଧୁକ ଚାଳନାରେ କୃତିତ୍ୱ ହାସଲ କରିଥିବା ପ୍ରଶିକ୍ଷର୍ଥୀ ମାନଙ୍କୁ ଅତିଥି ପୁରସ୍କୃତ କରିଥିଲେ, ଏହା ସହିତ ଏହି କେନ୍ଦ୍ର ରୁ ନିକଟରେ ଅବସର ଗ୍ରହଣ କରିଥିବା କର୍ମଚାରୀ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ,

You might also like