ସମ୍ପ୍ରତ୍ତି ରାଜ୍ୟ ସରକାର ଙ୍କ ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗୀୟ ମନ୍ତ୍ରୀ ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଆଳୁ ମହଜୁଦ ଥିବା ଦର୍ଶାଇ ଆଳୁ କେଜି ୩୨ ଟଙ୍କାରେ ବିକ୍ରି କରିବା ପାଇଁ ବ୍ୟବସାୟୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି l ଏହି ନିର୍ଦ୍ଦେଶନାମା ଉଲ୍ଲଙ୍ଘନ ହେଲେ କଳାବଜାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମ ରେ ରାଜ୍ୟବାସୀ ଙ୍କୁ ଆଶ୍ୱସ୍ତ କରିଛନ୍ତି l
ନୟାଗଡ ଜିଲ୍ଲାର କିଛି ମୁଷ୍ଟିମେୟ ଆଳୁ ବ୍ୟବସାୟୀ ଆଳୁ ର କୃତ୍ରିମ ଅଭାବ ଆଳରେ ଆଳୁ ଚଢା ଡରରେ ବିକ୍ରି କରୁଛନ୍ତି l ସହରାଞ୍ଚଳ ରେ ଆଳୁ କେଜି ପ୍ରତି ୬୦ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଗ୍ରାମାଞ୍ଚଳରେ କେଜି ପ୍ରତି ୭୦ ଟଙ୍କାରେ ବେଧଡକ ବିକ୍ରି ଚାଲିଛି l ସାଧାରଣ ଖାଉଟି ମାନଙ୍କ ଉପରେ ଆଳୁ ଚଡକ ପଡ଼ିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ବିଭିନ୍ନ ବ୍ଲକ/ ପୌରାଞ୍ଚଳ ରେ କାର୍ଯ୍ୟରତ ମାର୍କେଟିଙ୍ଗ ଇନ୍ସପେକ୍ଟର ମାନେ ଯେତିକି ଦାୟିତ୍ୱବାନ ହୋଇ ଆଳୁ କଳାବଜାରୀ ରୋକାଯାଇ ପାରନ୍ତା, ତାହା ଅଦ୍ୟାବଧି ହୋଇ ପାରିନାହିଁ ବୋଲି ଆମେ ଅଭିଯୋଗ କରୁଛୁ l ଜିଲ୍ଲା ଯୋଗାଣ ବିଭାଗୀୟ ଅଧିକାରୀ ଙ୍କ ନିଷ୍କ୍ରିୟତା ସାଧାରଣ ଖାଉଟି ଙ୍କ ଚିନ୍ତା ବଢ଼ାଇ ଦେଉଛି l

ଜିଲ୍ଲାବ୍ୟାପି ଆଳୁ କଳାବଜାରୀ ଉପରେ ରୋକ ଲଗାଇ ସ୍ୱାଭାବିକ ଅବସ୍ଥା ଫେରିବା ଯାଏଁ ମାନ୍ୟବର ମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁସାରେ ଆଳୁ କେଜି ପ୍ରତି ୩୨ ଟଙ୍କାରେ ସାଧାରଣ ଖାଉଟି ମାନଙ୍କୁ ବିକ୍ରି କରିବା ପାଇଁ ଜିଲ୍ଲପାଳ ମହାଶୟା ଯତ୍ନବାନ ହେବାପାଇଁ ଜିଲ୍ଲା କଂଗ୍ରେସ କମିଟି ଉଦବେଗ ପ୍ରକାଶ କରୁଛି l ଖାଉଟି ଙ୍କୁ ନ୍ୟାୟ ଦେବା ପାଇଁ ନଚେତ ରାଜରାସ୍ତା କୁ ଓଲ୍ଲାଇବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ରଞ୍ଜିତ ଦାସ ଚେତାବନୀ ଦେଇଥିବା ସୂଚନା ମିଳିଛି