ନୟାଗଡ଼,୮ ଜୁନ :– ଓଡ଼ିଶା ଆଶା କର୍ମୀ ଆସୋସିଏସନ ର ନୟାଗଡ଼ ଜିଲ୍ଲା ସମ୍ପାଦିକା ତଥା ସିଟୁ ର ରାଜ୍ଯ କମିଟି ସଭ୍ୟା ସାଥୀ ନଳିନୀ ଦାସ ଲିଭର ଜନିତ ରୋଗ ରେ ଦୀର୍ଘ ଦିନ ହେଲା ପିଡିତ ଥାଇ ଗତ କାଲି ଅପରାହ୍ନ ୬ ଟା ରେ ୫୬ ବର୍ଷ ରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ର ମୃତ୍ୟୁ ଖବର ପାଇ ନୟାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ବେଳେ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ସି ଆଇ ଟି ୟୁ ର ଜିଲ୍ଲା ଆବାହକ ତଥା ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ର,ସିଟୁର ରାଜ୍ୟ ସମ୍ପାଦକ ତଥା ଅଶା କର୍ମୀ ସଂଗଠନର ରାଜ୍ୟ ଉପସଭାପତି ସୁରେଶ ସ୍ଵାଇଁ,ଜିଲ୍ଲା ସଭାପତି ଚାପ ଧାରୀ ରାଉତ ,ଜିଲ୍ଲା ସଂଗଠନର ସଂଯୁକ୍ତା ସେଠୀ, କାଳନ୍ଦି ନାୟକ,ପ୍ରତିଭା ବେହେରା,ବାସନ୍ତି ବେହେରା,ସନ୍ତୋଷିନୀ ସାହୁ , ସରୋଜିନୀ ସହୁ ଓ ବିନତୀ ନାୟକ ପ୍ରମ୍ମୁଖ ସାଥୀ ଦାସ ଙ୍କର ଶେଷ ଦର୍ଶନ କରିବା ସହ ମାଲ୍ୟାର୍ପଣ କରିଥିଲେ।
ପରିଶେଷରେ ଶହ ଶହ ସାଥୀ,ଗ୍ରାମ ବାସୀ ଓ ବନ୍ଧୁ ବାନ୍ଧବ ସବ ଶୋଭାଯାତ୍ରାରେ ସାମିଲ ହୋଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶେଷ ବିଦାୟ ଦେଇ ଥିଲେ।ସାଥୀ ଦାସ ଜଣେ ଆଶାକର୍ମୀ ,କୋଭିଡି ଯୋଦ୍ଧା ତଥା ଗାଁ ଡାକ୍ତରାଣୀ ଭାବେ କାର୍ଯ୍ୟରତ ଥାଇ ସମସ୍ତ ମନ କୁ ଯିତି ପାରିଥିଲେ। ତାଙ୍କ ବିୟୋଗ ରେ ସଙ୍ଗଠନ ର ଅଭୁତପୂର୍ବ କ୍ଷତି ହୋଇ ଥିଲା ବେଳେ ତାଙ୍କ ଗ୍ରାମ ବାସୀ ଜଣେ ଯୋଦ୍ଧା ଙ୍କୁ ହରାଇଲେ ବୋଲି ସାଧାରଣ ରେ ଅନେକ ଚର୍ଚ୍ଚା ହୋଇଛି। ତାଙ୍କ ମୃତ୍ୟୁ ପାଇଁ ବିଭିନ୍ନ ସଂଗଠନ ତରଫରୁ ଶୋକ ବ୍ୟକ୍ତ କରାଯାଇଛି। ତାଙ୍କ ସ୍ବାମୀ , ପୁଅ ଓ ବୋହୁ ଅଛନ୍ତି।